ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟର ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତୀର ପ୍ରାୟ ୧୬ ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ଘଡଘଡି ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସତର୍କ ଜାରି କରାଯାଇଛି ।
ବଲାଙ୍ଗିର,କଳାହାଣ୍ଡି,କେରାପୁଟ,କନ୍ଧମାଳ,ଗଞ୍ଜାମ,ଗଜପତି ,ଅନୁଗୁଳ,କଟକ,ନୟାଗଡ,ଯାଂଜପୁର,ନବରଙ୍ଗପୁର ଜିଲ୍ଲା ଆଦି ସ୍ଥାନ ପାଇଁ ସତର୍କ ସୂଚନା ଦିଆଯାଇଛି । କାଳବୈଶାଖୀ ସମୟରେ ଘଡଘଡି ନେଇ ମଧ୍ୟ ଆଲର୍ଟ କରାଯାଇଛି । କାଳବୈଶାଖୀ ବେଳେ ପବନର ବେଗ ୩୦ ରୁ ୪୦ କିଲୋମିଟର ପର୍ଯ୍ୟନ୍ତ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆଗାମୀ ୨୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଏଥିସହ ଆଗାମୀ ୨ ଦିନ ଯାଏ ଦିନବେଳାର ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ଯାଏ ବୃଦ୍ଧି ପାଇବ ବୋଲି କୁହାଯାଇଛି ।