ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚଳିତବର୍ଷ ନିରାଡମ୍ବରରେ ଚାଲିଛି ଜଗତଜନନୀ ମା’ ଦୁର୍ଗାଙ୍କ ପୂଜା । କୋଭିଡ କଟକଣା ଭିତରେ ପୂଜା ମଣ୍ଡପ ଗୁଡିକରେ ପୂଜା ପାଉଛନ୍ତି ମା’ ଦୁର୍ଗା । ସେହିପରି ମା’ଙ୍କ ବିସର୍ଜନରେ ବି କଟକଣା ଜାରି କରାଯାଇଛି । ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜାରି କରିଥିବା କଟକଣାକୁ ପାଳନ କରିବା ପାଇଁ ବିଏମସି ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି ।
ବିସର୍ଜନ ପାଇଁ ପୂର୍ବବର୍ଷ ଭଳି କୃତ୍ରିମ ପୋଖରୀ କରାଯାଇଛି । ପୂଜା କମିଟି ଗୁଡିକ ନିଜ ଇଛା ଅନୁଯାୟୀ ମୃଣ୍ମୟୀ ମୂର୍ତ୍ତି ବିସର୍ଜନ କରି ପାରିବେ ନାହିଁ । ଏଥିପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।