ବଲାଙ୍ଗୀର(ଏଟିଆର ବ୍ୟୁରୋ):ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ବଲାଙ୍ଗୀର ଗସ୍ତକରିଛନ୍ତି । ସ୍ଥାନୀୟ ପି ପି ଏକାଡେମୀ ଓ ପି ଆର ହାଇସ୍କୁଲ ପରିଦର୍ଶନ କରି ସମୀର ଦାସ କୋଭିଡ ଗାଇଡ ଲାଇନର ସମୀକ୍ଷା କରିଛନ୍ତି । କରୋନା ମହାମାରୀ ମଧ୍ୟରେ ସ୍କୁଲ ଖୋଲାଯାଇଛି ଦଶମ ଓ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କର ।
ସ୍କୁଲରେ ଛାତ୍ରଛାତୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାସ୍କ ଓ ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି । ତେବେ ଏ ସବୁ ବିଷୟରେ ଅନୁଧ୍ୟାନ କରିବା ପାଇଁ ବଲାଙ୍ଗୀର ଗସ୍ତ କରିଛନ୍ତି । ପିଲାମାନଙ୍କ ସହ ପାଠପଢା ନେଇ ମନ୍ତ୍ରୀ ଆଲୋଚନା କରିଛନ୍ତି । ଏବଂ ସ୍କୁଲ ଆସିନଥିବା ପିଲାମାନଙ୍କ ବାପା ମାଙ୍କ ସହ ଆଲୋଚନା କରି ପିଲାଙ୍କୁ ସ୍କୁଲ ଆସିବା ପାଇଁ ପରାମର୍ଶ ଦେଇଛନ୍ତି ।