କଟକ (ଏଟିଆର ବ୍ୟୁରୋ); ସାଥୀ ହୋଇ ଲୁଟ କରିବା ପାଇଁ ଆସିଥିଲେ । ତେବେ ପରିସ୍ଥିତି ଦେଖି ଅନ୍ୟମାନେ ଖସି ପଳାଇଥିବା ଜଣେ ପଡିଯାଇଥିଲା ଲୋକଙ୍କ ହାବୁଡରେ । ଉତ୍ୟକ୍ତ ଲୋକ ଲୁଟେରାକୁ ଧରି ବୋହେ ଖୋବିଥିଲେ । ଆଉ ତାପରେ ପୋଲିସ ଜିମା ଦେଇଥିଲେ । ଗତକାଲି ରାତିରେ କଟକ ସିଡିଏ ସେକ୍ଟର ୬ରୁ ସୁନା ଦୋକାନରୁ ଲୁଟ କରି ଫେରାର ହେଉଥିବା ବେଳେ ଧରା ହୋଇଥିବା ଜଣା ପଡିଛି । ମର୍କତ ନଗର ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରା ଉଚରା କରୁଛି ।
ଗତକାଲି ରାତି ୯ ବେଳେ ତିନି ଚାରିଜଣ ଗହଣା କିଣିବା ନାଁରେ ଦୋକାନରେ ପଶିଥିଲେ । ଏବଂ ଗହଣା ଦେଖିଥିଲେ । ପରେ ଛୁରୀ ଏବଂ ବନ୍ଧୁକ ଦେଖାଇ ଦୋକାନରୁ ଗହଣା ଲୁଟ କରି କାରରେ ଫେରାର ହୋଇଯାଇଥିଲେ । ତେବେ ଦୁର୍ଭାଗ୍ୟ ବଶତଃ ସେମାନଙ୍କ ମଧ୍ୟରୁ ଜଣେ ପଡିଯାଇଥିଲା ଲୋକଙ୍କ ହାବୁଡରେ ।
ଧରା ପଡିଥିବା ଦୁର୍ବୃତ୍ତକୁ ଲୋକମାନେ ନିର୍ଦ୍ଧୁମ ଉତ୍ତମ ମଧ୍ୟମ ଦେଇଥିଲେ । ବାଡେଇ ବାଡେଇ ନୟାନ୍ତ ହେବା ପରେ ତାକୁ ପୋଲିସ ଜିମା ଦେଇଥିଲେ । ମର୍କତ ନଗର ପୋଲିସ ସିସିଟିଭି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି । ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖା ଦେଇଛି ।