ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ତିନି ତିନି ଥର ଡେଥ୍ ୱାରେଣ୍ଟ ଜାରି ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ବଞ୍ଚି ରହିଛନ୍ତି ନିର୍ଭୟା ଗଣଦୁଷ୍କର୍ମର ୪ଦୋଷୀ । ସବୁଥର ଆଇନର ଗଳାବାଟ ଦେଇ ଖସିଯିବାକୁ ଯଥାସମ୍ଭବ ପ୍ରୟାସ କରୁଛନ୍ତି ଏହି ଦୋଷୀମାନେ ।
ଗତ ମାର୍ଚ୍ଚ ୩ରେ ଏହି ୪ ଦୋଷୀଙ୍କୁ ଫାଶୀ ହେବାର ଥିଲା କିନ୍ତୁ ଶେଷ ମୁହୂର୍ତ୍ତରେ ପୱନ ଗୁପ୍ତା ରାଜକ୍ଷମା ଆବେଦନ କରି ପୁଣି ଥରେ ଫାଶୀ ଘୁଞ୍ଚାଇବାରେ ସଫଳ ହୋଇଥିଲା ।
ବର୍ତ୍ତମାନ ଦୋଷୀ ମାନଙ୍କର ସମସ୍ତ ବିକଳ୍ପ ଶେଷ ହୋଇଛି । ଏହା ଏହି ଚାରି ଦୋଷୀଙ୍କୁ ଫାଶୀ ଏକ ପ୍ରକାର ସୁନିଶ୍ଚିତ ବୋଲି କୁହାଯାଇପାରେ ।
ପଟିଆଲା ହାଉସ କୋର୍ଟ ଆସନ୍ତା ମାର୍ଚ୍ଚ ୨୦ରେ ଭୋର ୫.୩୦ରେ ୪ଦୋଷୀ ପୱନ, ମୁକେଶ, ବିନୟ ଓ ଅକ୍ଷୟଙ୍କୁ ଫାଶୀ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏମାନଙ୍କୁ ଫାଶୀ ଦେବା ସମସ୍ତ ପକ୍ରିୟା ଶେଷ ହୋଇସାରିଛି, ଏବେ ଅପେକ୍ଷା କେବଳ ଖାଲି ଫାଶୀ କୁ ।
ନିର୍ଭୟା ଗଣଦୁଷ୍କର୍ମ ଭଳି ଜଘନ୍ୟ ଲୋମଟାଙ୍କୁରା ଅପରାଧ ଘଟାଇ ଥିବା ଏହି ଅପରାଧି ମାନଙ୍କୁ କେବେ ଫାଶୀ ଦିଆଯିବ ସେ ଉପରେ ସାରା ଦେଶର ନଜର । ସର୍ବଦା ଆଇନର ଗଳାବାଟକୁ ବ୍ୟବହାର କରି ଖସି ଯାଉଥିବା ଦୋଷୀମାନଙ୍କ ପାଖରେ ଆଉ କୌଣସି ବିକଳ୍ପ ନାହିଁ ।