ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ବର୍ତ୍ତମାନ ବଦଳିବାକୁ ଲାଗିଛି ଟେକ୍ନୋଲୋଜି । ଫୋନର ଫିଚର ସହିତ ବଦଳୁଛି ଆପ୍ ର ଫିଚର । ଗ୍ରହକଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେଉଛି କମ୍ବାନୀ । ତେବେ ବର୍ତ୍ତମାନ ହ୍ୱାଟ୍ସଆପ ନିଜ ଆପ ପାଇଁ ବାହାର କରିଛି ନୂଆ ଫିଚର । ଯଦି ଆପଣ ହ୍ୱାଟ୍ସଆପ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇ ବଡ ଖୁସି ଖବର ରହିଛି । ହ୍ୱାଟ୍ସଆପରେ ୪ଟି ନୂଆ ଫିଚର ସାମିଲ ହେବାକୁ ଯାଉଛି । କମ୍ପାନୀ ତାର ଆପର ବିଟା ଭର୍ସନ ଏବଂ ଡେସ୍କଟପ ଭର୍ସନରେ ଆରମ୍ଭ କରିସାରିଛି । ତେବେ ଜାଣିନେବା ହ୍ୱାଟ୍ସଆପର ଏହି ନୂଆ ଫିଚର, ଯାହାକୁ ପସନ୍ଦ କରିବେ ୟୁଜର –
୧.ଗ୍ରୁପ୍ କଲ୍ ପାଇଁ ବାଛି ପାରିବେ ଅଲଗା ରିଙ୍ଗଟୋନ୍: ହ୍ୱାଟ୍ସଆପ ବ୍ୟବହାର ପାଇଁ ଗ୍ରୁପ୍ କଲ୍ ପାଇଁ ଅଲଗା ରିଙ୍ଗଟୋନ୍ ଚୟନ କରିବାର ସୁବିଧା ଶୀଘ୍ର ଉପଲବ୍ଧ ହେବ । ଫଳରେ ଆପଣ ଫୋନ୍ ନଦେଖି ଗ୍ରୁପ୍ କଲ୍ ଆସୁଥିବା ଜାଣିପାରିବେ । କାର୍ୟ୍ୟାଳୟରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଏହା ଲାଭଦାୟକ ହେବ । ରିଙ୍ଗ ଟୋନ ଦ୍ୱାରା ଜିଆପାରିବେ ସିଙ୍ଗଲ କଲ , ନା ଗ୍ରୁପ କଲ ।
୨.ହ୍ୱାଟ୍ସଆପ ଡୁଡଲ୍ସର ସୁବିଧା: ହ୍ୱାଟ୍ସଆପରେ ଖୁବ୍ ଶୀଘ୍ର ଡୁଡଲ୍ସର ନୂଆ ସୁବିଧା ଉପଲବ୍ଧ ହେବାକୁ ଯାଉଛି । ଯାହା ବର୍ତ୍ତମାନ ଡେସ୍କଟପ୍ ଭର୍ସନରେ ପରୀକ୍ଷଣ କରାଯାଉଛି । ଏହି ଫିଚରକୁ ଆପ୍ ରେ ମଧ୍ୟ ସାମିଲ କରାଯିବ । ଏହା ବ୍ୟତୀତ ଆପଣ ଚାଟ୍ ରେ ବ୍ୟାକଗ୍ରାଉଣ୍ଡ ଡୁଡଲ୍ସର ବ୍ୟବହାର ମଧ୍ୟ କରିପାରିବେ ।
୩.ନୂଆ ରୂପରେ କଲିଂ ବା ୟୁଜର ଇଣ୍ଟରଫେସ : ଉପଭୋକ୍ତାମାନଙ୍କ ପାଇଁ କଲିଂକୁ ସୁବିଧାଜନକ କରିବା ପାଇଁ ଆପ୍ ରେ ନୂଆ ଇଣ୍ଟରଫେସ୍ ଦେଖିବାକୁ ମିଳିବ । ଏଥିରେ କଲ୍ ବଟନ୍ କୁ ତଳକୁ ସ୍ଥାନାନ୍ତର କରାଯିବ । ଫଳରେ କଲ୍ କରିବା ସମୟରେ ଏହା ଉପଭୋକ୍ତାଙ୍କ ପାଇଁ ସୁବିଧା ହେବ ।
୪.ଆନିମେଟେଡ୍ ଷ୍ଟିକର: ଏହା ସହ ରହିଛି ଆନିମେଟ ଷ୍ଟିକର । ପୂର୍ବରୁ ଭଲ ସିଷ୍ଟମ ଥିଲା କିନ୍ତୁ ଆନିମେଟେଡ୍ ସିଷ୍ଟମ ନଥିଲା । ତେଣି ବର୍ତ୍ତମାନ ନୂଆ ଫିଚରରେ ହ୍ୱାଟ୍ସଆପରେ ଖୁବଶୀଘ୍ର ବ୍ୟବହାରକାରୀଙ୍କୁ ଆନିମେଟେଡ୍ ଷ୍ଟିକରର ସୁବିଧା ମିଳିବ । ଏଭଳି ସୁବିଧା ଅନ୍ୟ ଆପ୍ ଗୁଡିକରେ ଉପଲବ୍ଧ ରହିଛି । ଏହାକୁ ଦୃଷ୍ଟିରେ ରଖି ଏବେ ହ୍ୱାଟ୍ସଆପରେ ମଧ୍ୟ ଏହାକୁ ସାମିଲ କରାଯିବ । ବର୍ତ୍ତମାନ ଆପ୍ ର ବିଟା ଭର୍ସନରେ ଏହି ଷ୍ଟିକରରକୁ କିପରି ବ୍ୟବହାର କରାହେବ ତାହାର କାମ ଚାଲୁ ରହିଛି ।
ତେବେ ଏପରି ନୂଆ ପିଚରକୁ ହ୍ୱାଟ୍ସଆପ ୟୁଜର ଉପଭୋଗ କରିପାରିବେ ଓ ନିଜ ଇଚ୍ଛା ଅନୁସାରେ କଲର ଏବଂ ନିଜର ହ୍ୱାଟ୍ସଆପର ଡିଜାଇନ ବଦଳାଇ ପାରିବେ ବୋଲି କମ୍ପାନୀ କହିଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024