ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଜେପିର ବରିଷ୍ଠ ନେତା ଏବଂ ମୋଦି ସରକାରଙ୍କ ପ୍ରଥମକାର୍ଯ୍ୟକାଳର ଅର୍ଥମନ୍ତ୍ରୀର ମଙ୍ଗ ସମ୍ଭାଳି ଥିବା ଅରୁଣ ଜେଟଲୀଙ୍କର ପରଲୋକ ଘଟିଛି । ଦୀର୍ଘଦିନ ହେବ ଅସୁସ୍ଥ ରହିବା ପରେ ଚିକିତ୍ସାଧିନ ଅବସ୍ଥାରେ ଆଜି ଅପରାହ୍ନ ୧୨ ଟା ୭ ମିନିଟ୍ ରେ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ଏବେ ଚାରିଆଡେ ଶୋକର ଛାୟା ଖେଳି ଯାଇଛି ।
ବର୍ଷ ୨୦୧୮ ରେ ଜେଟଲୀଙ୍କର କୀଡନୀ ପ୍ରତିରୋପଣ ହୋଇଥିଲା । ତାଙ୍କ ଫୁସଫୁସ ରେ ପାଣି ଜମି ରହି ଥିବା ଯୋଗୁଁ ନିଶ୍ୱାସ ପ୍ରଶ୍ୱାସ ନେବାରେ ତାଙ୍କୁ ଅସୁବିଧା ହେଉଥିଲା । ସେଥିପାଇଁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଏହାବ୍ୟତିତ ସେ ସଫ୍ଟଟିସୁ ସରକୋମାରେ ପିଡୀତ ଥିଲେ, ଯାହା ଏକ ପ୍ରକାର କର୍କଟ ରୋଗ ।
ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ଦେଶର ଅର୍ଥମନ୍ତ୍ରୀ ଥିଲେ ଜେଟଲୀ । ମାତ୍ର ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିବା ହେତୁ ସେ ୨୦୧୯ ନିର୍ବାଚନରୁ ନିଜକୁ ଦୁରେଇ ରଖିଥିଲେ । ବର୍ଷ ୨୦୦୯ ରୁ ୨୦୧୪ ଯାଏଁ ସେ ରାଜ୍ୟସଭାରେ ବିପକ୍ଷ ନେତା ଥିଲେ ।