ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମୁଖ୍ୟ ସୂଚନା କମିଶନ ଭାବେ ନିଯୁକ୍ତ ହେଲେ ବିମଲ ଜୁଲକା । ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ବିମଲ ଜୁଲକା ହେଉଛନ୍ତି ମଧ୍ୟପ୍ରଦେଶ କ୍ୟାଡର ୧୯୭୯ ବ୍ୟାଚର ଆଇଏସ ଅଫିସର । ବିମଲ ଜୁଲକା ଚାକିରିରୁ ଅବସର ଗ୍ରହଣ କରିବା ପରେ ତାଙ୍କୁ ଏହି ନୂତନ ଦାୟିତ୍ୱ ଦିଆଯାଇଛି । ମୁଖ୍ୟ ସୂଚନା କମିଶନ ଭାବେ ଆଇଏସ ସୁଧୀର ଭାର୍ଗବ ଗତ ଜାନୁଆରୀରେ ଅବସର ଗ୍ରହଣ କରିଥିଲେ ।
ସେବେଠାରୁ ଏହି ପଦବୀ ଖାଲି ପଡିଥିଲା । ତେବେ ଗତକାଲି ବିମଲ ଝୁଲକାଙ୍କୁ ଏହି ପଦବୀରେ ନିଯୁକ୍ତ କରାଯାଇଛି । ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଖଶଳି ସେତିକି ନୁହେଁ ବିମଲଙ୍କ ବ୍ୟତିତ ଗତକାଲି ଅମିତା ପାଣ୍ଡୋବ୍ଙ୍କୁ ମଧ୍ୟ ସିଆଇସର ସୁଚନା କମିଶନର ଭାବେ ନିଯୁକ୍ତ କରାଯାଇଛି । ଗତକାଲି ସେମାନେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅମିତା ପୂର୍ବରୁ ପଞ୍ଜାବ ସିଭିଲ ସର୍ଭିସ୍ କମିଶନର ସଦସ୍ୟ ରହିସାରିଛନ୍ତି ।