ଜେନେଭା(ଏଟିଆର ବ୍ୟୁରୋ):ଦିନକୁ ଦନି ବଢି ଚାଲିଛି ଚୀନ ଓ ଭାରତ ମଧ୍ୟରେ ବିବାଦ । ଏହା ମଧ୍ୟରେ ଚୀନ ତାର ନୂଆ ନୂଆ କଳାକାରନାମା କରିବାରେ ଲାଗିଛି କିନ୍ତୁ ହାର ମାନିନି ଭାରତ , ନିଜ ସବୁ କ୍ଷେତ୍ରରେ ନିଜର ଦୃଢତା କାଏମ ରଖିଛି । ତେବେ ଏହା ମଧ୍ୟରେ ସୀମା ଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ସ୍ତର ପର୍ୟ୍ୟନ୍ତ ଚୀନକୁ ଭାରତ ପରାସ୍ତ କରିବାରେ ଲାଗିଛି । ଚୀନକୁ ପଛରେ ପକାଇ ଭାରତ ପ୍ରତିଷ୍ଠିତ ଇକୋନୋମିକ ଆଣ୍ଡ ସୋସିଆଲ କାଉନସିଲ (ଇକୋସୋକ)ରେ ନିଜର ସ୍ଥାନ ଦୃଢ଼ କରିଛି । ଭାରତ କାଉନସିଲ ସହିତ ଜଡ଼ିତ ମହିଳା ସ୍ଥିତି ଆୟୋଗର ସଦସ୍ୟ ହୋଇପାରିଛି । ଆୟୋଗରେ ଏହି ସିଟ ଲାଗି ଭାରତ, ଚୀନ ଓ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା ହୋଇଥିଲା । ଭାରତ ଏବଂ ଆଫଗାନିସ୍ତାନଙ୍କୁ ୫୪ରୁ ଅଧିକ ସଦସ୍ୟଙ୍କ ସମର୍ଥନ ମିଳିଛି କିନ୍ତୁ ଚୀନକୁ ଖାଲି ହାତରେ ଫେରିବାକୁ ପଡ଼ିଛି । ସଂଯୁକ୍ତ ରାଷ୍ଟ୍ରରେ ଭାରତର ସ୍ଥାୟୀ ପ୍ରତିନିଧି ,ଟିଏସ ତିରୁମୂର୍ତ୍ତି ଟୁଇଟ କରି ଏହି ସୂଚନା ପ୍ରଦାନ କରିଛନ୍ତି ।
ତିରୁମୂର୍ତ୍ତି ଖୁସି ହୋଇ ତାଙ୍କର ମତ ପ୍ରକାଶ କରିଛନ୍ତି ଯେ, ଭାରତ ପ୍ରତିଷ୍ଠିତ ଇକୋସୋକରେ ଆସନ ପାଇଛି , ନିଜର ପରିଚୟ ସୃଷ୍ଟି କରି ପାରିଛି । ଭାରତ ମହିଳାଙ୍କର ସ୍ଥିତି ଉପରେ ଆୟୋଗର ସଦସ୍ୟ ଭାବେ ଚୟନିତ ହୋଇଛି । ସେ କହିଛନ୍ତି ଯେ, ମହିଳାଙ୍କୁ ନେଇ ଆମର ପ୍ରତିବଦ୍ଧତା କିପରି ଏବଂ ମହିଳା ସଶକ୍ତିକରଣ ଦିଗରେ ଆମେ କେତେ କାମ କରୁଛେ ତାହା ଉପରେ ଆହୁରି ଅଧିକ ଧ୍ୟାନ ଦେବା ପାଇଁ ପଡିବ । ସୂଚନାଯୋଗ୍ୟ, ଭାରତ ଏହି ଆୟୋଗରେ ୪ ବର୍ଷ ଯାଏଁ ସଦସ୍ୟ ରହିବ । ଏହି ଆୟୋଗରେ କାମ କରିବାକୁ ଥିବା ସଦସ୍ୟଙ୍କୁ ସେ ଧନ୍ୟବାଦ ଜଣାଇବା ସହ ଶୁଭ କାମନା ମଧ୍ୟ ଜଣାଇଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024