ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଛି, ତେବେ ଆଜି ଏହି ଦେଶ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ବାବଦରେ ନିଜର ବୟାନ ରଖିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଫଳରେ ମୌସୁମୀ ଅଧିବେଶନର ଆଜିର ଦିନଟି ଅତି ବିଷୟାତ୍ମକ ହେବ କାରଣ ସମସ୍ତ ନେତା ମନ୍ତ୍ରୀ ଆଜି ସବୁ ବିଷୟରେ ନିଜର ମତ ଦାନ କରିବେ । କେ କୋଭିଡ-୧୯କୁ ନେଇ ହେଉ ବା ସୀମା ବିବାଦ ହେଉ ଜିଡିପି । ତେଣୁ ମାହୋଲ ଗରମ ରହିବାରେ ସମ୍ଭାବନା ଅଛି । କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳମାନେ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିବାର ସମସ୍ତ ପ୍ରସ୍ତୁତି କରିଛନ୍ତି ।
ବିଭିନ୍ନ ସ୍ତରରେ ଅନେକ ଥର କଥାବାର୍ତ୍ତା ହୋଇଥିଲେ ମଧ୍ୟ ଚୀନ ସେନା ପଛକୁ ହଟିବାର ନାଁ ଧରୁ ନାହିଁ । ପୂର୍ବରୁ ଚୀନ ସହିତ ସାମରିକ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିଲେ ମଧ୍ୟ ସେଥିରୁ ସୁଫଳ ମିଳିନାହିଁ । ସେହିପରି ମସ୍କୋଠାରେ ଦୁଇଦେଶର ପ୍ରତିରକ୍ଷାମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ଆଲୋଚନା କରି ଉତ୍ତେଜନା ହ୍ରାସ ପାଇ ସହମତ ହୋଇଥିଲେ ମଧ୍ୟ ଚୀନ ସେନା ପଛକୁ ହଟୁ ନାହିଁ ବରଂ ଦିନକୁ ଦିନ ଅଧିକ ସେନା ଓ ଯୁଦ୍ଧାସ୍ତ୍ର ମୁତୟନ କରୁଛି । ତାହାକୁ ଦେଖି ଭାରତୀୟ ସେନା ମଧ୍ୟ ଅନୁରୂପ ସେନା ଓ ଯୁଦ୍ଧାସ୍ତ୍ର ମୁତୟନ କରିଛି । ବିଶେଷକରି ପେଙ୍ଗାଙ୍ଗ ହ୍ରଦ ନିକଟରେ ଦୁଇ ଦେଶର ସେନା ପରସ୍ପରର ଫାୟାରିଂ ଦୂରତ୍ୱରେ ଅଛନ୍ତି । ଏହା ପରିସ୍ଥିତିକୁ ଅଧିକ ବିଗାଡିବାରେ ଲାଗିଛି । ଦିନକୁ ଦିନ ସୀମାରେ ଉତ୍ତେଜନା ବଢିବାରେ ଲାଗିଛି । ତେଣୁ ଏହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ଟାର୍ଗେଟ କରିଛନ୍ତି ସରକାରଙ୍କୁ । ସେ କହିଛନ୍ତି ଭାରତର ସ୍ଥିତି କମଜୋର ଅଛି , ଜାହା ଭି ହେଉଛି ସେଥି ପାଇଁ ସରକାର ଦାୟୀ । ଭାରତର ଅପାରଗତା ପାଇଁ ଚୀନ ସେନା ଭାରତୀୟ ଅଞ୍ଚଳ ଅଧିକାର କରି ନେଉଛି , ସରକାର ଏଥି ପାଇଁ କୌଣସି ଦୃଢ ପଦକ୍ଷେପ ମଧ୍ୟ ନେଉ ନାହାନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024