ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଷ୍ଟାର ସୈଫ୍ ଅଲ୍ଲୀ ଖାଁଙ୍କ ଝିଅ ତଥା ଅଭିନେତ୍ରୀ ସାରା ଅଲ୍ଲୀ ଖାଁ ପୁଣି ଥରେ ଚର୍ଚ୍ଚାରେ । ଆଜ୍ଞା ହଁ ସାରା ତାଙ୍କ ଇଂଷ୍ଟାଗ୍ରାମ ପେଜ୍ ରେ ଏଭଳି ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ତାଙ୍କ ଛୋଟ ଭାଇ ଇବ୍ରାହିମ୍ ଅଲ୍ଲୀଙ୍କ ସହିତ ଛିଡା ହୋଇଥିବାର ନଜର ଆସୁଛନ୍ତି ।
ବିକିନି ପିନ୍ଧି ନିଜ ଭାଇ ସହିତ ସମୁଦ୍ର କୂଳରେ ଛିଡା ହୋଇଥିବା ସାରାଙ୍କର ଏହି ଫଟୋକୁ ନେଇ ଏବେ ଲୋକେ ଆଲୋଚନା କରିବା ଆରମ୍ଭ କରିଦେଇଛନ୍ତି । ସବୁଠାରୁ ବଡ କଥା ହେଉଛି ଏହି ଫଟୋକୁ ନେଇ ଏବେ ସୋସିଆଲ ମିଡିଆରେ ଅଧିକାଂଶ ପ୍ରଶଂସକ ଆପତ୍ତି କରିଛନ୍ତି । ପ୍ରକୃତରେ ସାରାଙ୍କ ବିଚୱେରକୁ ନେଇ ପ୍ରଶଂସକଙ୍କ ସମସ୍ୟା ନାହିଁ ବରଂ ସେ ଏଭଳି ପୋଜ୍ ରେ ତାଙ୍କ ଛୋଟ ଭାଇଙ୍କ ସହିତ କାହିଁକି ଛିଡା ହୋଇଛନ୍ତି । ସେ ନେଇ ପ୍ରଶଂସକଙ୍କ ସମସ୍ୟା ।
ଏହି ଫଟୋକୁ ନେଇ ୟୁଜର୍ସ କହିଛନ୍ତି, ସାରା ଯେଉଁ ପୋଜ୍ ରେ ତାଙ୍କ ଛୋଟ ଭାଇଙ୍କ ସହିତ ଛିଡା ହୋଇଛନ୍ତି, ତାହା ଠିକ୍ ନୁହେଁ । ତାଙ୍କ ଭାଇ ବି ତାଙ୍କ ସହ କମ୍ଫଟେବୁଲ ନୁହଁନ୍ତି ।
ସେହିପରି ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି କି, ଷ୍ଟାରଡମ୍ ସାରାଙ୍କୁ ପ୍ରଭାବିତ କରିବା ଆରମ୍ଭ କରିଦେଇଛି । ପ୍ରସିଦ୍ଧି ଏବଂ ଟଙ୍କା ଲୋକଙ୍କୁ କେଉଁ ଆଡକୁ ନେଇଯାଉଛି ।