ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଚୀନରେ ୩୦୦୦ରୁ ଅଧିକ ଲୋକଙ୍କ ଜୀବନ ନେବା ପରେ ପ୍ରାୟ ୭୦ ଦେଶକୁ ବ୍ୟାପିସାରିଲାଣି ଏହି ମାରାତ୍ମକ କରୋନା ଭୂତାଣୁ ।
ଚାଇନା ପରେ ଆମେରିକା ଏବଂ ଏବେ ଇଟାଲିରେ ଗୋଟିଏ ପରେ ଗୋଟିଏ ଲୋକଙ୍କ ଜୀବନ ନେବାରେ ଲାଗିଛି କରୋନା । ଚାଇନା ପରେ ସବୁଠାରୁ ଅଧିକ ସଂକ୍ରମିତ ଦେଶ ଭାବରେ ଇଟାଲିରେ ବର୍ତ୍ତମାନ ସୁଦ୍ଧା ୨୩୩ ଜଣଙ୍କ ମୃତ୍ୟୁ କରୋନା ଭାଇରସ ଦ୍ୱାରା ହୋଇସାରିଲାଣି ।
ଇଟାଲିରେ ଗତ କାଲି କେବଳ ଗୋଟିଏ ଦିନରେ ୪୫୦୦ରୁ ଅଧିକ ଲୋକ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ।
ଇଟାଲିରେ କ୍ଷୀପ୍ର ଗତିରେ କାୟା ମେଲାଉଥିବା କରୋନା ଠାରୁ ଦେଶକୁ ରକ୍ଷା କରିବା ପାଇଁ ଇଟାଲି ସରକାର ପ୍ରତିଦିନ ନୂଆ ନୂଆ ଆଡଭାଇଜରି ମଧ୍ୟ ଜାରି କରୁଛନ୍ତି ।
ଏପରେ ଭାରତରେ ମଧ୍ୟ କରୋନା ଧିରେ ଧିରେ ବ୍ୟାପିବା ଆରମ୍ଭ କରିଦେଇଛି । ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୩୧ରୁ ବଢି ଗୋଟିଏ ଦିନ ମଧ୍ୟରେ ୩୯କୁ ପହଞ୍ଚି ସାରିଛି । କେବଳ କେରଳରେ ଗୋଟିଏ ପରିବାରରେ ୫ଜଣଙ୍କ ଶରୀରରେ କରୋନା ଭୂତାଣୁ ଥିବା ପ୍ରାଥମିକ ସ୍ପଷ୍ଟ ହୋଇଛି ।