ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଜିଏସଟି ଠକେଇ ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ଗତକାଲି ଜିଏସଟି କମିସନଙ୍କ ତତ୍ୱବଧାନରେ ତିନିଜଣ ଜିଏସଟି ଠକେଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ସ୍କାର୍ଡ ୨୯୪କୋଟି ଟଙ୍କା ମୂଲ୍ୟର ଇନଭଏସ ଉତ୍ପାଦନରେ ଏକ ରାକେର୍ଟ ଠାବ କରିଛି । ଜିଏସଟି କମିସନଙ୍କ ତ୍ୱତାବଧାନରେ ଧରାପଡିଥିବା ଏହି ବ୍ୟକ୍ତିମାନେ ହେଲେ, ଶୈଳେଶ୍ରୀ ବିହାର ର ପ୍ରମୋଦ କୁମାର ସାହୁ, ତାଙ୍କ ସ୍ତ୍ରୀ ଓ ପଟିଆର ବିକାଶ ସରଗଲ ସାମିଲ ଅଛନ୍ତି । ଦୁଇ ଜଣ ବ୍ୟକ୍ତି ପ୍ରମୋଦ ଓ ବିକାଶ ୨୯୪ କୋଟି ଟଙ୍କା ମୂଲ୍ୟର ନକଲି ଇନଭଏସ ତିଆରି କରିବା ଏବଂ ବଗସ୍ ଇନପୁଟ ଟ୍ୟାକ୍ସ କ୍ରେଡିଟ କୁ ୫୨.୭୭ କୋଟି ଟଙ୍କା ପଠାଇବା ଅଭିଯୋଗରେ ଗିରଫ କରାଯାଇଛି ।
ବିଭିନ୍ନ ଟ୍ରାକିଂ ରେ ସେମାନଙ୍କୁ ଗିରଫ କରାଯିବା ସହ ପଚାରା ଉଚରା କରାଯାଇଥିଲା । କମିଶନରଙ୍କ ସୂଚନାନୁଯାୟୀ କନ୍ଧମାଳ ଜିଲ୍ଲାର ନିରୀହ ଲୋକମାନଙ୍କୁ ଉଭୟ ପ୍ରମୋଦ ଓ ବିକାଶ ବ୍ୟବହାର କରି ୧୧ଟି ଫାର୍ମ ସ୍ଥାପନ କରିଛନ୍ତି । ଖାଲି ସେତି କି ନୁହେଁ ଜାଲିଆତିରେ ଏବଂ ପୂର୍ବରୁ ମରିଯାଇଥିବା ବ୍ୟକ୍ତିମାନଙ୍କର ନାମରେ ଘର ଭଡା ଚୁକ୍ତି ବ୍ୟବହାର କରି ଡିଲରସିପ ପଞ୍ଜିକୃତ କରୁଥିଲେ । ମାତ୍ର ଏହି ମାମଲାରେ କନ୍ଧମାଳର ବ୍ୟକ୍ତିମାନେ, ଯାହାର ନାମ ଡିଲରସିପ ପଞ୍ଜୀକୃତ ହୋଇଥିଲା ସେମାନେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ । ଏବଂ ଅଭିଯୁକ୍ତମାନେ ସୋମନଙ୍କ ଖାଲି ଚେକ ଦସ୍ତଖତ କରିବାକୁ ପ୍ରଲୋଭିତ କରିଥିଲେ ।
ତେବେ ବିଭିନ୍ନ ଯାଞ୍ଚରୁ ଏ ସମସ୍ତ ଘଟଣା ସମ୍ନାକୁ ଆସିଥିଲା । ପ୍ରମୋଦ ଓ ବିକାଶଙ୍କ ସହ ସେମାନେ ବ୍ୟବହାର କରୁଥିବା କମ୍ପ୍ୟୁଟର ଓ ହାର୍ଡ ଡିସ୍କ ମଧ୍ୟ ଜବତ ହୋଇଥିବା ବେଳେ ସେଥିରୁ ଅନେକ ଆଧାର କାର୍ଡ ଓ ଅନ୍ୟାନ ଜାଲ ଡକ୍ୟୁମେଣ୍ଟ ଜବତ କରାଯାଇଥିଲା ଯାହା ଅଭିଯୁକ୍ତଙ୍କ ବିରୁଦ୍ଧରେ ପ୍ରମାଣ ଭାବରେ ବ୍ୟବହୃତ ହେବ । ଅନ୍ୟପଟେ ଜଣେ ଅଧିକାରଙ୍କ ସୂଚନାନୁଯାୟୀ, ଏନଏସଫୋର୍ସମେଣ୍ଟ ୱାଙ୍ଗ ଦ୍ୱାରା ଜିଏସଟି ଠକେଇର ଏହା ହେଉଛି ଚତୁର୍ଥ ମାମଲା । ଯେଉଁଥିରେ ନଅଜଣଙ୍କୁ ଗିରଫ କରାଯାଇଛି । ଚଳିତ ବର୍ଷ ଜାନୁଆରୀ ମାସରେ ରାଉଲକେଲାରୁ ଦୁଇ ଜଣଙ୍କୁ ଗରିଫ କରାଯାଇଥିଲା ।