ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସଙ୍କଟରେ ଫସିଥିବା ୟେସ୍ ବ୍ୟାଙ୍କରେ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ୭୨୫୦ କୋଟି ଟଙ୍କା ଲଗାଇବାର ମଞ୍ଜୁରୀ ମିଳିଯାଇଛି । କେନ୍ଦ୍ରୀୟ ବୋର୍ଡର କାର୍ଯ୍ୟକାରୀ ସମିତିରେ ହୋଇଥିବା ବୈଠକରେ ୧୦ ଟଙ୍କା ପ୍ରତି ସେୟାର ଦରରେ ୟେସ୍ ବ୍ୟାଙ୍କର ୭୨୫ କୋଟି ସେୟାର କିଣିବା ପାଇଁ ମଞ୍ଜୁରୀ ଦିଆଯାଇଛି । ରିଜର୍ଭ ବ୍ୟାଙ୍କ ପକ୍ଷରୁ ୟେସ୍ ବ୍ୟାଙ୍କର ରିଷ୍ଟ୍ରକଚରିଙ୍ଗକୁ ନେଇ ଗତ ସପ୍ତାହରେ ଏକ ଯୋଜନା ଘୋଷଣା କରାଯାଇଥିଲା ।
ଆରବିଆଇ ଯୋଜନାର ପ୍ରମୁଖ କଥା:
– ଆରବିଆଇ ପକ୍ଷରୁ କୁହାଯାଇଛି କି ୟେସ ବ୍ୟାଙ୍କରେ ନିବେଶ ପାଇଁ ଏସବିଆଇ ଇଛା ପ୍ରକାଶ କରିଛି ।
– ପୁର୍ନଗଠିତ ୟେସ୍ ବ୍ୟାଙ୍କରେ ସମସ୍ତ କର୍ମଚାରୀଙ୍କୁ ବର୍ତ୍ତମାନର ପେ-ସ୍କେଲ ଅନୁଯାୟୀ ହିଁ ଦରମା ମିଳିବ । ଏହି ବ୍ୟବସ୍ଥା ଆଗାମୀ ଗୋଟେ ବର୍ଷ ପର୍ଯ୍ୟନ୍ତ ରହିବ ।
– ପୁର୍ନଗଠିତ ବ୍ୟାଙ୍କର ଅଥରାଇଜ୍ଡ କ୍ୟାପିଟାଲ ବଦଳାଇ ୫ ହଜାର କୋଟି ଟଙ୍କା କରି ଦିଆଯିବ । ଏହାସହିତ ୨ ଟଙ୍କା ପ୍ରତି ସେୟାର ଦରରେ ୨୪ ହଜାର କୋଟି ଟଙ୍କାର ଇକ୍ୟୁଟି ସେୟାର ରେ ବି ପରିବର୍ତ୍ତନ କରାଯିବ ।
– ପୁର୍ନଗଠିତ ବ୍ୟାଙ୍କ ପାଇଁ ନୂତନ ବୋର୍ଡ ଗଠନ କରାଯିବ ।
– ଏହି ପ୍ଲାନ୍ ର ପ୍ରସ୍ତାବ ଅନୁଯାୟୀ ପୁର୍ନଗଠିତ ବ୍ୟାଙ୍କର ବୋର୍ଡ ଅଫ୍ ଡିରେକ୍ଟରଙ୍କ ପାଖରେ ସମସ୍ତ ସୂଚନା ରହିବ ।
– ନୂତନ ବୋର୍ଡରେ ଇଂଭେଷ୍ଟର ବ୍ୟାଙ୍କର ୨ ଜଣ ନୋମିନ୍ ଡିରେକ୍ଟର ରହିବେ ।