ପୁରୀ ( ଏଟିଆର ବ୍ୟୁରୋ): ଆଜି ଶ୍ରୀମନ୍ଦିର ଛତିଶଶ ନିଯୋଗ ବୈଠକ ଅନୁଷ୍ଠିତ ହେବ । ଯେଉଁଥିରେ ବଡୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ବିଶେଷ କରି କରୋନାର ସଫଳ ମୁକାବିଲା ପାଇଁ ଏହି ବୈଠକ ହେବ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ ସହିତ ନୀତି ସବ କମିଟି ବୈଠକ ମଧ୍ୟ ଅନୁଷ୍ଠିତ ହେବ । ଆଜି ପୂର୍ବାହ୍ନ ୧୧ ରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହେବାକୁ ଥିବା ବେଳେ ଅପରାହ୍ନ ୧୨ ରେ ନୀତି ଶବ କମିଟି ବୈଠକ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ବୈଠକରେ ଅଧ୍ୟକ୍ଷତା କରିବେ ।
କରୋନା ପ୍ରତିରୋଧ ପାଇଁ ସେବକ ଓଋ ନଯୋଗ କର୍ମକତ୍ତାଙ୍କ ସହିତ ଏହି ଆଲୋଚନା ହେବ । ଏବେ ଚରିଆଡେ କରୋନା ଭୟ ଦେଖା ଦେଇଥିବା ବେଳେ ଶ୍ରୀମନ୍ଦିରକୁ ପ୍ରତିଦିନ ହଜାରହଜାର ଶ୍ରଦ୍ଧାଳୁ ଆସୁଛନ୍ତି । ତେଣୁ ଶ୍ରୀମନ୍ଦିର ଭିତରେ ଏବଂ ବାହାରେ କେଉଁଭଳି ଭାବେ ପ୍ରତିଶେଧକ ବ୍ୟବସ୍ଥା ଗ୍ରହଣ କରାଯିବ ସେ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା ହେବ ବୋଲି ଜଣା ପଡିଛି ।
ସୂଚନାଯୋଗ୍ୟ ଗତକାଲି ଜଣେ ବିଦେଶୀ କରୋନା ସନ୍ଦିଗ୍ଧ ଶିଶୁଙ୍କୁ ଚିହ୍ନଟ କରାଯାଇଥିଲା । ଭାରତ ଭ୍ରମଣରେ ଜଣେ ବିଦେଶୀ ପରିବାର ୨ ସପ୍ତାହ ତଳେ ପୁରୀରେ ପହଞ୍ଚିଥିଲେ । ତାଙ୍କ ସହିତ ଆସିଥିବା ଶିଶୁଟିକୁ ଗତ କିଛିଦିନ ହେଲା ଥଣ୍ଡା ଜ୍ୱର ଲାଗି ରହିଥିଲା । ଯାହାଫଳରେ ଶିଶୁଟିକୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ପୁରୀ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।