ଭୁବନେଶ୍ୱର(ଏଟିଆର ବ୍ୟୁରୋ): ବିଏମସି ପକ୍ଷରୁ ରାଜଧାନୀରେ ଥିବା ସମସ୍ତ ହୋଟେଲ ପାଇଁ ସ୍ୱତନ୍ତ୍ର ଏସଓପି ଜାରି କରିଛି ବିଏମସି । କରୋନା ମୁକାବିଲା କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛି ବିଏମସି । ପର୍ଯ୍ୟାପ୍ତ ସାନିଟାଇଜର ମହଜୁଦ ରଖିବା, କମ ଅତିଥିଙ୍କୁ ଡାକିବା, ପରସ୍ପର ଠାରୁ ଦୂରତା ରଖିବା, ଉତ୍ସବ ସମୟରେ ଦୂରତା ରଖିବାକୁ ମାଇକ ମାଧ୍ୟମରେ ପ୍ରଚାର କରାଯିବା ସହ ଥଣ୍ଡା ଜ୍ୱର ଲୋକ ମାନଙ୍କୁ ଉତ୍ସବରେ ସାମିଲ ନ ହେବାକୁ ଅନୁରୋଧ କରାଯାଇଛି । ଏହା ସହ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମୋବାଇଲ ନମ୍ବର ରଖିବା ସହ ସେମାନଙ୍କର ଟ୍ରାଭେଲ ତଥ୍ୟ ବିଷୟରେ ଅବଗତ କରାଇବାକୁ କୁହାଯାଇଛି ।
ହସ୍ପିଟାଲରେ କୈାଣସି ସନ୍ଦିଗ୍ଧ ଚିହ୍ନଟ ହେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଓ ବିଏମସିକୁ ଜଣାଇବେ ଚିକିତ୍ସା କରୁଥିବା ଡାକ୍ତର । ଆଜିଠୁ ଖୋଲିବ ସ୍ବତନ୍ତ୍ର କୋଭିଡ ୧୯ ସେଲ୍ । ଯାହା ସକାଳୁ ସଂନ୍ଧ୍ୟା ପର୍ୟ୍ୟନ୍ତ କରୋନା ସଂପର୍କିତ ସମସ୍ତ ଅଭିଯୋଗ ଓ ସମାଧାନ କରିବ ।ହୋଟେଲ ପ୍ରତିନିଧି, ହସ୍ପିଟାଲରେ ପ୍ରତିନିଧି ଓ କୋଚିଂ ସେଣ୍ଟର କର୍ମଚାରୀ ଓ ଅଧିକାରୀ ଙ୍କ ସହ ବିଏମସି କମିଶନରଙ୍କ ବୈଠକରେ ଆଲୋଚନା ପରେ ଏସଓପି ଜାରି କରିଛି ବିଏମସି ।