ଭୁବନେଶ୍ୱର(ଏଟିଆର ବ୍ୟୁରୋ):ସାରା ବିଶ୍ୱକୁ ବର୍ତ୍ତମାନ କରୋନା ଚିନ୍ତା । କରୋନା ଭାଇରସରେ ୫ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇସାରିଲାଣି । ତେବେ ଭାରତରେ ୧୦୦ରୁ ଉର୍ଦ୍ଧ ଲୋକ ଅକ୍ରାନ୍ତା ଥିବା ବେଳେ ୨ ଜଣ ମୃତୁ ବରଣ କରିସାରିଲେଣି । ଓଡିଶାରେ ମଧ୍ୟ ଏହାର ପ୍ରଭାବ ପଡିଛି । ଗତକାଲି ଓଡିଶାରେ ପ୍ରଥମ କରୋନ ରୋଗୀ ଚିହ୍ନଟ ହୋଇଛି । ତେବେ ରାଜ୍ୟ ସରକାର କରୋନା ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରକାରର ଯୋଜନା ପ୍ରସ୍ତୁତ କରୁଛନ୍ତି । ଇତି ମଧ୍ୟରେ ରାଜ୍ୟ ସରକାର ୪ ଜଣ ଆଇଏଏସ ଅଧିକାରୀଙ୍କ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ।
ସ୍ବାସ୍ଥ୍ୟ ବିଭାଗରେ ଅଫିସର ଅନ୍ ସେସ୍ପିଆଲ ଡ୍ୟୁଟି(ଓଏସ୍ଡି) ଦାୟିତ୍ୱ ତୁଲାଇବାକୁ ଥିବା ଅଧିକାରୀମାନେ ହେଉଛନ୍ତି- ଓମ୍ଫେଡ୍ର ସିଜିଏମ୍ ସୋମେଶ କୁମାର ଉପାଧ୍ୟାୟ।ଅନ୍ୟମାନଙ୍କ ମଧ୍ୟରେ ଗ୍ରୀଡ୍କୋର ଇଡି ପାଟିଲ ଆଶିଷ ଈଶ୍ୱର, ଓଏମ୍ସିର ଇଡି ତଥା ଓଏମ୍ଇସିଏଲ୍ର ଇଡି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ପି. ଅନ୍ବେଷା ରେଡ୍ଡୀ ଏବଂ ୱକାକର ଓଏସ୍ଡି ଦାୟିତ୍ୱ ତୁଲାଉଥିବା ଦିବାକର ଟିଏସ୍। ଏହି ସମସ୍ତ ଅଧିକାରୀ ୨୦୧୭ ବ୍ୟାଚ୍ର। ଆସନ୍ତା ୩୦ ଜୁନ୍ ଯାଏ ଏହି ଅଧିକାରୀମାନେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ। ‘ଦ ଓଡ଼ିଶା କୋଭିଡ୍-୧୯ ରେଗୁଲେଶନ୍-୨୦୨୦’ ଜରିଆରେ ଏହି ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ଜଣାପଡ଼ିଛି।ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।