ଭୁବନେଶ୍ୱର(ଏଟିଆର ବ୍ୟୁରୋ): ପ୍ରଥମତଃ ଆମେ କହି ରଖୁଛୁ ଯେ ମନୁଷ୍ୟ ଶରୀର ଭିତରେ ଲିବିଡୋ ନାମକ ହରମୋନ ଥାଏ ଯାହା ଯୌନ ଇଚ୍ଛା ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଯେତେବେଳେ ମନୁଷ୍ୟ ଶରୀରରେ ଏହି ହରମୋନ କମିଯାଏ ସେତେବେଳେ ଯୌନ ଇଚ୍ଛା ହ୍ରାସ ହେବା ଦେଖାଯାଇଥାଏ । ସେଥିପାଇଁ ଆମେ ଆପଣଙ୍କୁ ଆକ୍ୟୁପ୍ରେସର ଥେରାପିର କିଛି ବିନ୍ଦୁ ବିଷୟରେ କହି ରଖୁଛୁ । ଯାହାକୁ ଦବାଇଲା ପରେ ଆପଣଙ୍କ ଶରୀରରେ ଲିବିଡୋ ହରମୋନର ମାତ୍ରାକୁ ବଢାଇଥାଏ । ଏହାଦ୍ୱାରା ଯୌନ ଇଚ୍ଛା ବୃଦ୍ଧି ହୋଇଥାଏ ।
ସାଧାରଣତଃ ମହିଳାମାନଙ୍କର ମାସିକ ଧର୍ମ ପରେ ତାଙ୍କର ଯୌନ ଇଚ୍ଛା ହ୍ରାସ ହେବାର ଦେଖାଯାଇଥାଏ । ତେବେ ଆସନ୍ତୁ ଜାଣିବା ଶରୀରରେ ଅକ୍ୟୁପ୍ରେସରର ସେହି ସ୍ଥାନ ବିଷୟରେ ।
ନାଭି:ପେଟରେ ଥିବା ନାଭିକୁ ହାତ ଅଙ୍ଗୁଳି ସାହାର୍ଯ୍ୟରେ ଚିପନ୍ତୁ । ଏଭଳି କରିବା ଦ୍ୱାରା ପେଟ ଭିତରକୁ ଦୁଇ ଅଙ୍ଗୁଳି ପଶିଯାଇଥାଏ । ଯାହାଫଳରେ ଯୌନ ଇଚ୍ଛା ବୃଦ୍ଧି ହୋଇଥାଏ ।
ବୃକକ: ଶରୀରରେ ଲିବିଡୋ ହରମୋନ ପାଇଁ ବୃକକ ଖୁବ୍ ସହାୟକ ହୋଇଥାଏ ।