ଭୁବନେଶ୍ୱର (ଏଟିଆର ବ୍ୟୁରୋ):ବର୍ତ୍ତମାନ କୋରୋନା ସ୍ଥିତିକୁ ଆଖି ଆଗରେ ରଖି ରାଜ୍ୟ ସରକାର କୋଠାବାଡି ନିର୍ମାଣ ନିୟମରେ ପରିବର୍ତ୍ତନ ଆଣିଛନ୍ତି । ବହୁତଳ ଅଟାଳିକା ନିର୍ମାଣ ପାଇଁ ନିୟମକୁ କୋହଳ କରିଛନ୍ତି ସରକାର । ତେଣୁ ଏବେ ଆଠଟି ଗୃହ ଥିବା ଆଟ୍ଟାଳିକାକୁ ଆପାର୍ଟମେଣ୍ଟ କୁହାଯିବ। ପୁରୁଣା ଘରର ନବୀକରଣ ପାଇଁ ଏବେ ଆଉ ଅନୁମତି ଦରକାର ପଡିବ ନାହିଁ । ଘରର ମଡେଲ ଓ ପ୍ଲାନ ପାଇଁ ଏବେ ବାରମ୍ବାର ଦୌଡିବାକୁ ପଡିବ ନାହିଁ । ଟଙ୍କା ଦାଖଲ କରି ଅଣ୍ଡରଟେକିଁ ଦେଇ ଘର ବା ଆପାର୍ଟମେଣ୍ଟ କାମ ଆରମ୍ଭ କରାଯାଇ ପାରିବ । ବାରମ୍ବାର ଅଫିସକୁ ଦୌଡିବାକୁ ପଡିବ ନାହିଁ । କୋଠାବାଡି ଓ ଗୋଦାମ ଘର ପାଇଁ ପାର୍କିଂ ସ୍ଥାନ ପ୍ରାୟ ୯୦ ପ୍ରତିଶତ କରାଗଲା । ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେଉଁ ମାନେ ରିଅଲଇଷ୍ଟେଟ କ୍ଷେତ୍ରରେ ଇନ୍ଭେଷ୍ଟମେଣ୍ଟ କରୁଥିଲେ ତାଙ୍କ ପାଖକୁ ଅଧିକ ଇନ୍ଭେଷ୍ଟମେଣ୍ଟ ଆସିବ ଏବଂ ଜିଡିପି ଉପରେ ମଧ୍ୟ ଏହାର ପ୍ରଭାବ ରହିବ । ଏହା ସହିତ ଅଧିକରୁ ଅଧିକ ଘର ହୋଇ ପାରିବ । ସହରାଞ୍ଚଳରେ ଜନସାଧାରଣ ଘର ନଥିବା ଯୋଗୁ ଯେଉଁ ହଇରାଣ ହେଉଥିଲେ, ସେ ସମସ୍ୟା ମଧ୍ୟ ସମାଧାନ ହେବ । ଏଥିଲେ ଅଧିକ ଗୁରୁତ୍ୱ ଫାୟାର ପ୍ରୋଟେକ୍ସନ ଉପରେ ଦିଆଯାଇଛି । ଆଗରୁ ପ୍ଲଟ ସାଇଜ ଅତି କମରେ ୫୦୦ ସ୍କୋୟାର ମିଟର ରହିବା ଆବଶ୍ୟକ ଥିଲା ବର୍ତ୍ତମାନ କୌଣସି ପ୍ଲଟ ସାଇଜ୍ ପ୍ରତିବନ୍ଧକ ହେବ ନାହିଁ । ଏହା ସହିତ ବର୍ତ୍ତମାନ ଫ୍ଲୋର ଏରିଆକୁ ୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ବର୍ତ୍ତମାନ ଇଷ୍ଟଲମେଣ୍ଟର ବ୍ୟବସ୍ତା ମଧ୍ୟ ରହିଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024