ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା କାୟାରେ ଚାପି ହୋଇ ରହିଛି । କରୋନାକୁ ନେଇ ଚାରିଆଡେ ଏବେ ଚର୍ଚ୍ଚା ଯୋର ଧରିଛି । ତେବେ ଏଯାବତ ଏହି ଭୟଙ୍କର ଭାଇରସର କୌଣସି ପ୍ରତିଶେଧକ ବାହାରି ପାରିନାହିଁ । ମାତ୍ର ଏବେ ଆମେରିକା ଦାବି କରିଛି ସେ କରୋନା ଭ୍ୟାସିନ ବାହାର କରିଛି । ଖୋଦ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଦାବି କରିଛନ୍ତି । ସେ ଆହୁରି ମଧ୍ୟ ଦାବି କରିଛନ୍ତି ଏହି ଭ୍ୟାକସିନ ପରୀକ୍ଷା ସରିଛି । ଥେରାପି ଓ ଅନ୍ୟ ଚିକିତ୍ସା ବ୍ୟବସ୍ଥାକୁ ମଧ୍ୟ ବିକଶିତ କରାଯାଉଛି । ଖୁବ ଶିଘ୍ର କରୋନା ପ୍ରତିଶେଧକ ଉପଲବ୍ଧ ହେବ । ଆରେିକା ଇନଷ୍ଟ୍ୟୁଟ ଅଫ ହେଲଥର ଗବେଷକ ମାନେ ଏହି ଭ୍ୟାକସିନ ବାହାର କରିଛନ୍ତି । ଯାହାର ନାମ ରଖାଯାଇଛି ଏମଆଏନଏ -୧୨୭୩ ।
ସବୁଠାରୁ ବଡକଥା ହେଉଛଇ ଏହି ଭ୍ୟାକସିନ ସାଧାରଣ ଲୋକଙ୍କ ଠାରେ ବ୍ୟବହାର ହେବା ପାଇଁ ଆଉ ୧ ବର୍ଷରୁ ୧୮ ମାସ ସମୟ ଲାଗିବ । ଆହୁରି ୪୫ ଜଣଙ୍କ ଉପରେ ଏହି ଭ୍ୟାକସିନ ପରୀକ୍ଷା ମୂଳକ ଭାବେ ପ୍ରୟୋଗ କରାଯିବ ବୋଲି ସୂଚନା ଦେଇଛି ଆମେରିକା । ଅନ୍ୟପଟେ ଭାରତରେ ମଧ୍ୟ ଏହାର ପ୍ରଭାବ ଦିନକୁ ଦିନ ବଢିବାରେ ଲାଗିଛି । ଏବେ ପର୍ଯ୍ୟନ୍ତ ଦେଶ ମଧ୍ୟରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଓଡିଶାରେ ଜଣେ ଏହି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ।