ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସ୍ୱିସ୍ ସରକାର ପକ୍ଷରୁ ଟେନିସ୍ ଷ୍ଟାର ରୋଗର ଫେଡରରଙ୍କୁ ଏକ ବଡ ସମ୍ମାନରେ ସମ୍ମାନୀତ କରାଯିବ । ଫେଡରରଙ୍କ ଫଟୋ ସହିତ ଏକ ଚାନ୍ଦୀ କଏନ୍ ଜାରି କରାଯିବ । ସରକାରଙ୍କ ମୁତାବକ,ଏଭଳି ପ୍ରଥମ ଥର ପାଇଁ ହେଉଛି ଯେଉଁଥିରେ ଜଣେ ଜୀବିତ ବ୍ୟକ୍ତିଙ୍କ ସ୍ମାରକ କଏନ୍ ସମର୍ପିତ କରାଯିବ ।ଏହାସହିତ ଆଗାମୀ ବର୍ଷ ଫେଡରରଙ୍କ ଫଟୋ ସହ ଏକ ସୁନା କଏନ୍ ମଧ୍ୟ ଜାରି କରାଯିବ ।
ସରକାରଙ୍କ ମତରେ ୨୦ ଥର ଗ୍ରାଣ୍ଡ ସ୍ଲ୍ୟାମ ଚାମ୍ପିଅନ ‘ଶାୟଦ ସ୍ୱିଜରଲାଣ୍ଡ ର ସବୁଠାରୁ ସଫଳ ବ୍ୟକ୍ତିଗତ ଖେଳାଳୀ, ଏବଂ ସେ ସ୍ୱିଜରଲାଣ୍ଡ ପାଇଁ ସଠିକ୍ ରାଜଦୂତ ।’
ଅପରପକ୍ଷେ ଏନେଇ ଫେଡରର ମଧ୍ୟ ଟ୍ୱିଟ୍ କରି ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
Thank you Switzerland🇨🇭and Swissmint for this incredible honour and privilege. 🙏#DankeSchweiz#MerciLaSuisse#GrazieSvizzera#GraziaSvizra pic.twitter.com/gNs6qYjOh6
— Roger Federer (@rogerfederer) December 2, 2019