ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଗୁଆ ମିଳିବ ଭତ୍ତା । ରାଜ୍ୟ ସରକାର ଏନେଇ ନିଷ୍ଫତି ନେଇଛନ୍ତି । ଆଗୁଆ ମିଳିବ ୪ ମାସର ଭତ୍ତା । ଏପ୍ରିଲ, ମେ, ଜୁନ ଓ ଜୁଲାଇ ମାସର ଭତ୍ତା ହିତାଧିକାରୀଙ୍କୁ ଆଗୁଆ ପ୍ରଦାନ କରିବେ ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।
ଏହା ଦ୍ୱାରା ୪୮ ଲକ୍ଷ ହିତାଧିକାରୀ ଆଗୁଆ ଭତ୍ତା ପାଇବେ । ଏନଏସଏପି ମାଧ୍ୟମରେ ୨୪ ଲକ୍ଷ ହିତାଧିକାରୀ ଆଗୁଆ ଭତ୍ତା ପାଉଥିବା ବେଳେ ମଧୁବାବୁ ପେନସନ ଯୋଜନାରେ ୨୪ ଲକ୍ଷ ହିତାଧିକାରୀଙ୍କୁ ଆଗୁଆ ଭତ୍ତା ମିଳିବ ।