ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନୌସେନାରେ ପୁରୁଷ ଏବଂ ମହିଳା ଅଧିକାରୀଙ୍କ ମଧ୍ୟରେ ସମାନ ବ୍ୟବହାର କରିବାକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟ ପକ୍ଷରୁ ମହିଳା ଅଧିକାରୀଙ୍କ ପାଇଁ ସ୍ଥାୟୀ କମିଶନର ମଞ୍ଜୁରୀ ଦିଆଯାଇଛି । ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ କହିଛି କି, ଦେଶର ସେବା କରୁଥିବା ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ଖାରଜ କରିବା ଦ୍ୱାରା ନ୍ୟାୟର କ୍ଷତି ହେବ । ବୌଧାନିକ ଅବରୋଧ ହଟେଇ ମହିଳାଙ୍କୁ ନୌସେନାରେ ସ୍ଥାୟୀ କମିଶନ ପ୍ରଦାନ କରିବାରେ ଲୈଙ୍ଗିକ ଭେଦଭାବ କରାଯାଇ ପାରିବ ନାହିଁ । ଯେତେବେଳେ ମହିଳା ଅଧିକାରୀଙ୍କ ଭର୍ତ୍ତି ପାଇଁ ବୈଧାନିକ ଅବୋରଧ ହଟାଇ ଦିଆଯାଇଛି ତେବେ ସ୍ଥାୟୀ କମିଶନ ଦେବାରେ ପୁରୁଷ ଏବଂ ମହିଳାଙ୍କ ସହିତ ସମାନ ବ୍ୟବହାର ହେବା ଉଚିତ୍ ।
ସ୍ଥାୟୀ କମିଶନ ଦିଆଯିବାର ଅର୍ଥ ମହିଳା ସେନା ଅଧିକାରୀ ମାନେ ଏବେ ସେବାରୁ ନିବୃତ ହେବା ବୟସରେ ବି ସେନାରେ କାମ କରି ପାରିବେ । ଯଦି ସେମାନେ ଚାହାଁନ୍ତି ତେବେ ସେ ପୂର୍ବରୁ ଚାକିରୀରୁ ଇସ୍ତଫା ଦେଇପାରିବେ । ଏପର୍ଯ୍ୟନ୍ତ ସର୍ଟ ସର୍ଭିସ କମିଶନ ଅନ୍ତର୍ଗତ ସେନାରେ ଚାକିରୀ କରୁଥିବା ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ଚୟନ ପାଇଁ ବିକଳ୍ପ ଦିଆଯିବ । ଏବେ ମହିଳା ଅଧିକାରୀ ସ୍ଥାୟୀ କମିଶନ ପରେ ପେନସନ୍ ବି ପାଇ ପାରିବେ ।