ଗଜପତି(ଏଟିଆର ବ୍ୟୁରୋ): ଯୁଗ ଆସି କେଉଁଠି ପହଞ୍ଚିଲାଣି । ହେଲେ ଆଜିବି ଲୋକ ମାନେ ଅନ୍ଧବିଶ୍ୱାର ଶିକାର ହେଉଛନ୍ତି । ଆଜିବି ଲୋକେ ଗୁଣିଗାରଡି ଉପରେ ବିଶ୍ୱାସ ରଖୁଛନ୍ତି । ଦେହ ଖରାପ ହେଲେ ଡାକ୍ତରଙ୍କ ପାଖକୁ ନଯାଇ ଗୁଣିଆ ପାଖରେ ଛଡା ପୁଙ୍ଖା ହେଉଛନ୍ତି । ତେବେ ଏହି ଅନ୍ଧବିଶ୍ୱାର ଶିକାର ହୋଇଛନ୍ତି ଏକ ଦମ୍ପତି । ସୂଚନା ଅନୁସାରେ ଗୁଣି ଗାରେଡି ଓ ଜମି ବିବାଦକୁ ନେଇ ପୁଟୁର ମଲ୍ଲିକ ଓ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରାଯାଇଥିଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଗପଟିମା ଗ୍ରାମରେ ।
ଗତ ସୋମବାର ଦିନ ଗପଟିମା ଗାଁ ନିକଟରେ ଥିବା ପାହାଡ ତଳୁ ମୃତ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏହା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଆଜି ପୋଲିସ ସଲମନ ଓ ସନ୍ତୋଷ ନାମକ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ସନ୍ତୋଷଙ୍କ କହିବା ଅନୁସାରେ ତାଙ୍କ ଦାଦାଙ୍କୁ ପୁଟୁରା ଗୁଣି କରି ମାରି ଦେଇଥିଲେ । ସେହିପରି ସଲମନଙ୍କ ସହ ପୁଟୁରାଙ୍କ ଜମି ବିବାଦ ଲାଗିରହିଥିଲା । ଏହାକୁ ନେଇ ସନ୍ତୋଷ ଓ ସଲମନ ପୁଟୁରାଙ୍କୁ ମାରି ଦେବାର ଯୋଜନା କରିଥିଲେ ।
ଗତ ସୋମବାର ଦିନ ପୁଟୁରାଙ୍କୁ ଏକୁଟିଆ ପାଇ ଅଭିଯୁକ୍ତ ମାନେ ଭୁଜାଲିରେ ହାଣି ଦେଇ ଥିଲେ । ଏହି ସମୟରେ ପୁଟୁରାଙ୍କ ସ୍ତ୍ରୀ ଆସି ପହଞ୍ଚି ପାଟି କରିବାରୁ ଅଭୁଯୁକ୍ତ ମାନେ ତାଙ୍କୁ ମଧ୍ୟ ମାରି ଦେଇଥିଲେ । ଅଭିଯୁକ୍ତ ମାନେ ପୋଲିସ ନିକଟରେ ତାଙ୍କ ଦୋଷକୁ ମାନି ନେଇଛନ୍ତି । ପୋଲିସ ହତ୍ୟାରେ ବ୍ୟବହୃତ ହୋଇଥିବା ଭୁଜାଲି ଓ ରକ୍ତ ଜୁଡୁବୁଡୁ ପୋଷକ ଜବତ କରିଛି । ଏହା ସହ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି ।