ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଶେଷରେ ଗିରଫ ହେଲେ ଅଭିଜିତ । ଓଡିଶାର ସଂସ୍କୃତି ଓ ଐତିହ୍ୟ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଓଡିଆ ଲୋକଙ୍କ ଧାର୍ମିକ ଭାବନା ପ୍ରତି କ୍ଷତି ପହଞ୍ଚାଇଥିବା ଅଭିଜିତ ଆୟର ମିତ୍ରଙ୍କୁ ଆଜି ଦିଲ୍ଲୀ ପୋଲିସ ଗିରଫ କରିଛି । ଓଡିଶାର କୋଣାର୍କ ମନ୍ଦିର ଉପରେ ବିବାଦୀୟ ବୟାନ ଦେଇ ଓଡିଆ ଲୋକଙ୍କ ଧର୍ମୀୟ ଭାବନାକୁ କୁଠାରଘାତ କରିଥିଲେ ଅଭିଜିତ । ଖାଲି ସେତିକି ନୁହେଁ ପୁରୀ ଶ୍ରୀମନ୍ଦିର ଓ ରାଜ୍ୟ ବିଧାୟକ ମାନଙ୍କ ଉପରେ ମଧ୍ୟ ଅଶାଳୀନ ମନ୍ତବ୍ୟ ଦେଇଥିଲେ ଅଭିଜିତ । ଯାହାକୁ ନେଇ ତାଙ୍କୁ ଗିରଫ କରିବା ଲାଗି ଆନ୍ଦୋଳନ ଜୋର ଧରିଥିଲା । ତେବେ ଦମ ଅଛି ତାଙ୍କୁ ଗିରଫ କରି ଦେଖାଇବା ପାଇଁ ଅଭିଜିତ ଚ୍ୟାଲେଞ୍ଜ ଦେଇଥିଲେ । ଆଜି ତାଙ୍କୁ ଗିରଫ କାରାଯାଇ ଦିଲ୍ଲୀର ନିଜାମୁଦ୍ଧିନ ଥାନାରେ ରଖାଯାଇଥିବା ଜଣା ପଡିଛି । ସେଠାରେ ତାଙ୍କୁ ପୋଲିସ ଘଟଣା ସମ୍ପର୍କରେ ପଚରାଉଚରା କରୁଛି ।
ଅଭିଜିତ ଆୟର ମିତ୍ରଙ୍କ ମନ୍ତବ୍ୟକୁ ନେଇ ବଢୁଛି ବିବାଦ । ଓଡିଶାର ଐତିହ୍ୟ ଓ ସଂସ୍କୃତି ଉପରେ ବିବାଦୀୟ ମନ୍ତବ୍ୟକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ । ଶାସକ ଦଳ ଠାରୁ ଆରମ୍ଭ କରି ବିରୋଧୀ ମଧ୍ୟ ଏପରି ମନ୍ତବ୍ୟର ଘେର ନିନ୍ଦା କରିଛନ୍ତି । ଆଭିଜିତ ଆୟର ମିତ୍ରଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଟାନ ଦାବି କରିଛି ଶାସକ ବିଜେଡି । ଅନ୍ୟପଟେ ବିରୋଧୀ ଦଳ ମଧ୍ୟ ଏପରି ବିଦାବୀୟ ମନ୍ତବ୍ୟକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ।
ଗତ ୧୫ ତାରିଖରେ ବୈଜୟନ୍ତଙ୍କ ସହ ହେଲିକପ୍ଟରରେ ଉଡି ବିବାଦକୁ ଆସିଥିଲେ ଅଭିଜିତ ଆୟାର ମିତ୍ର । ସେ ଚପ୍ପରରେ ଚିଲିକା , କୋଣାର୍କ, ପୁରୀ ଓ ଅନ୍ୟାନ୍ୟ ସ୍ଥାନ ବି ବୁଲିଥିଲେ । ଓଡିଶାର ସଂସ୍କୃତି , ଐତିହ୍ୟ , ଭାସ୍କର୍ଯ୍ୟ ଏପରିକି ମହାପ୍ରଭୂ ଜଗନ୍ନାଥ ଙ୍କ ସମ୍ପର୍କରେ ବେପାରୁଆ ବିବାଦୀୟ ମନ୍ତବ୍ୟକୁ ନେଇ ଟ୍ୱିଟ କରିଥିଲେ ଅଭିଜିତ । ଯାହାକୁ ନେଇ ସାଧାରଣରେ ଏବେ ଅସନ୍ତୋଷ ଦେଖାଦେଇଛି । ତେବେ ଦିଲ୍ଲୀରେ ଗିରଫ ହେବା ପରେ ତାଙ୍କୁ ଟ୍ରାନଜିଟ୍ ରିମାଣ୍ଡରେ ଓଡ଼ିଶା ପୋଲିସ୍ ଆଣିବା ନେଇ ସୂଚନା ମିଳିଛି ।