ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅନେକ ପାଠ ପଢିବା ପରେ ବି କିଛି ବ୍ୟକ୍ତିଙ୍କୁ ଚାକିରୀ ମିଳିନଥାଏ । ଯେଉଁଥି ପାଇଁ ସେମାନେ ସର୍ବଦା ଚିନ୍ତାରେ ରହିଥାନ୍ତି ଏବଂ ଆତ୍ମବିଶ୍ୱାସ ଦୁର୍ବଳ ହୋଇଯାଇଥାଏ । ଚାକିରୀ ନମିଳିବାର ଅନେକ କାରଣ ହୋଇପାରେ । ଖାସ୍ କରି ଭାଗ୍ୟର ଏଥିରେ ବଡ ଭୂମିକା ରହିଛି । ଯଦି ଆପଣଙ୍କ ଭାଗ୍ୟ ଖରାପ ଥିବ ତେବେ ଆପଣଙ୍କ ଡିଗ୍ରୀ ବି ଏହା ଆଗରେ ହାର୍ ମାନିବ । ଯାହାଫଳରେ ଆପଣଙ୍କୁ କୌଣସି ଚାକିରୀ ପ୍ରାପ୍ତ ହେବ ନାହିଁ ଏବଂ ଆପଣ ବେରୋଜଗାର ହୋଇ ବୁଲିବେ । ଏଥିପାଇଁ ଆଜି ଆମେ ଆପଣଙ୍କୁ ଏକ ଉପାୟ ବିଷୟରେ କହିବାକୁ ଚାହୁଁଛୁ । ତେବେ ଆସନ୍ତୁ ଜାଣିବା…
ଯେଉଁ ବ୍ୟକ୍ତି ବେରୋଜଗାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେମାନେ ଶନିବାର ଦିନ ହନୁମାନ ମନ୍ଦିର ଯାଆନ୍ତୁ । ସେଠାରେ ଭଗବାନଙ୍କଠାରେ ଘିଅ ଦୀପ ଜଳାନ୍ତୁ । ମୋତିଚୂର ଲଡ୍ଡୁ ପ୍ରସାଦରେ ଚଢାନ୍ତୁ । ଏହାପରେ ଏକ ଚନ୍ଦନ ମାଳାରେ ୧୦୮ ଥର ‘କବନ ସୋ କାଜ କଠିନ ଜଗ ମାହି । ଜୋ ନହିଁ ହୋୟ ତାତ ତୁମ୍ ପାହିଂ’ ଚୌପାଇ ଜପନ୍ତୁ । ଏହି ଚୌପାଇକୁ ଆପଣଙ୍କ ଘରେ ହନୁମାନଙ୍କ ସାମ୍ନାରେ ୪୦ ଦିନ ପର୍ଯ୍ୟନ୍ତ କରିପାରିବେ । ଏହି ଉପାୟ କରିବା ଦ୍ୱାରା ନୂତନ ଚାକିରୀ ପ୍ରାପ୍ତ ହେବ ।
ଯଦି ଆପଣ ରୋଜଗାରର ପନ୍ଥା ଖୋଜୁଛନ୍ତି ତେବେ ବ୍ୟସ୍ତ ବିବ୍ରତ ନହୋଇ ଉପୟା ଅବଲମ୍ବନ କରନ୍ତୁ । ସେଥିପାଇଁ ମଙ୍ଗଳବାର ଦିନ ସକାଳଳ ସକାଳୁ ଘରୁ ଖାଲି ପାଦରେ ହନୁମାନଙ୍କ ମନ୍ଦିର ଯାଆନ୍ତୁ । ଏହାପରେ ଏକ ଗୋଲାପ ଫୁଲ ହନୁମାନଙ୍କ ଚରଣରେ ଅର୍ପଣ କରନ୍ତୁ । ଏହି ଉପାୟ ୪୦ ଦିନ ପର୍ଯ୍ୟନ୍ତ କରନ୍ତୁ । ଏହି ଉପାୟ କରିବା ଦ୍ୱାରା ରୋଜଗାରର ପନ୍ଥା ମିଳିଯିବ । ଏହାଦ୍ୱାରା ହନୁମାନ ପ୍ରସନ୍ନ ହୋଇଥାନ୍ତି ।
ଯଦି ଆପଣ ଇଣ୍ଟରଭ୍ୟୁ ଦେବା ବେଳେ ସର୍ବଦା ଫେଲ୍ ହେଉଛନ୍ତି ତେବେ ଚିନ୍ତିତ ହୁଅନ୍ତୁ ନାହିଁ । ଆଜି ଆମେ ଆପଣଙ୍କୁ ଏକ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣାଇବା ଦ୍ୱାରା ଚାକିରୀର ସୁଯୋଗ ମିଳିବ । ସେଥିପାଇଁ ଆପଣ ଇଣ୍ଟରଭ୍ୟୁକୁ ଯିବା ପୂର୍ବରୁ ଲାଲ ଚନ୍ଦନ ମାଳା ଦ୍ୱାରା ‘ଓଁ ବକ୍ରତୁଣ୍ଡାୟ ହୁଂ’ ମନ୍ତ୍ର ୧୧ ଥର ଜପନ୍ତୁ । ଏହି ମନ୍ତ୍ରକୁ ଆପଣ ଗଣେଶ ଭଗବାନଙ୍କ ସାମ୍ନାରେ ବସି ଜପିବା ଉଚିତ୍ । ଏହାସହିତ ଗଣେଶ ଭଗବାନଙ୍କୁ ପୂଜାର୍ଚ୍ଚନା କରି ତାଙ୍କ ଚରଣ ସ୍ପର୍ଶ କରନ୍ତୁ । ଏଭଳି କରିବା ଶୁଭ ହୋଇଥାଏ । ଏହାବତିତ ଖୀରର ଗଣେଶଙ୍କ ଅଭିଶେକ କରିପାରିବେ । ଏହି ସମସ୍ତ ଉପାୟ କରିବା ଦ୍ୱାରା ଇଂଟରଭ୍ୟୁ ସଫଳ ହୋଇଥାଏ ।