ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି । ଏନେଇ ଚାରିଆଡେ ଚଳଚଞ୍ଚଳ । ଆଜିର ଦିନରେ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି । ସୂର୍ଯ୍ୟ ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ ଆଡକୁ ଢଳି ଥିବାର ବିଶ୍ୱାସ ରହିଛି । ମକର ସଂକ୍ରାନ୍ତି ରାଜ୍ୟର ବିଭିନ୍ନ ଜାଗାରେ ମଧ୍ୟ ବିଭିନ୍ନ ଢ଼ଙ୍ଗରେ ପାଳନ କରାଯାଇଥାଏ । ବିଶେଷ କରି ଗାଁ ମାନଙ୍କରେ ମକର ଚାଉଳ ପ୍ରସ୍ତୁତ କରି ପୂଜା କରିବା ପରେ ଏହାକୁ ଖାଇଥାନ୍ତି ।
କଟକରେ ମକର ସଂକ୍ରାନ୍ତିରେ ଗୁଡିରେ ଆକାଶ ପରିପୂର୍ଣ୍ଣ ହୋଇ ଯାଇଥାଏ । ଏଠାରେ ଗୁଡି ଉଡା ପ୍ରତିଯୋଗିତା ହୋଇଥାଏ । ଏବଂ ମକର ସଂକ୍ରାନ୍ତିରେ ଗୁଡି ଉଡାଇବା ପ୍ରଥା ଆଗରୁ ରହି ଆସିଛି । ସେପଟେ କେନ୍ଦୁଝରରେ ମଧ୍ୟ ମକର ସଂକ୍ରାନ୍ତି ଏକ ବଡ ପର୍ବ । ଏହି ପର୍ବରେ ଜିଲ୍ଲାରେ ବିଭିନ୍ନ ଜାଗାରେ ମେଳା ପଡିବା ସହ ବୋଦା ବଳି ପଡିବା ପ୍ରଥା ରହି ଆସିଛି ।