ପୁରୀ (ଏଟିଆର ବ୍ୟୁରୋ); ଶ୍ରୀମନ୍ଦିର ଛାଡି ଶ୍ରୀଗୁଣ୍ଡିଚା ମନ୍ଦିରରେ ଭାଇ ଭଉଣୀଙ୍କ ସହ ବିଜେ କରିଛନ୍ତି କାଳିଆ ଠାକୁର । ବର୍ଷତମାମ ଭକ୍ତ ରତ୍ନବେଦୀରେ ଦର୍ଶନ କରୁଥିଲେ । କିନ୍ତୁ ଏବେ ଜନ୍ମଦେବୀ କରୁଛନ୍ତି ଦର୍ଶନ । ତେବେ ଜନ୍ମବେଦୀରେ ଚତୁର୍ଦ୍ଧା ମୁରତୀଙ୍କ ଦର୍ଶନ କଲେ କାହିଁ କେତେ ବର୍ଷର ପାପ କ୍ଷୟ ହୋଇଥାଏ । ଏଣୁ ଭକ୍ତମାନେ ଏହି ଅପୂର୍ବ ଦର୍ଶନ କରିବା କରିବା ପାଇଁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରି ପଡିଛନ୍ତି ।
ଏବେ ଶ୍ରୀମନ୍ଦିର ଖାଲି ଖାଲି ଲାଗୁଛି । ଜଗନ୍ନାଥ ଖୁସିରେ ରଥରେ ବାହାରି ମାଉସୀ ମାଙ୍କ ମନ୍ଦିରକୁ ଯିବା ପରେ ଏବେ ସବୁ ଭକ୍ତ ଗୁଣ୍ଡିଚା ରାଣୀଙ୍କ ମନ୍ଦିରରେ ଲଗାଉଛନ୍ତି ଭିଡ । ଶନିବାର ସକାଳରୁ ଲମ୍ବା ଲାଇନରେ ଭକ୍ତମାନେ ଦର୍ଶନ କରୁଛନ୍ତି । ଶୁକ୍ରବାର ସଂନ୍ଧ୍ୟାରେ ପହଁଣ୍ଡି କରାଇ ଚତୁର୍ଦ୍ଧା ମୁରତୀଙ୍କୁ ଗୁଣ୍ଡିଚା ମନ୍ଦିରକୁ ନେଇ ଯାଇଥିଲେ ସେବାୟତ । ଜନ୍ମଦେବୀରେ ବିଜେ କରିବା ପରେ ଶୁଖିଲା ଭୋଗ ଲାଗି ହେଉଛି ।
ମହାପ୍ରଭୁ ମାଉସୀ ମାଙ୍କ ମନ୍ଦିରରେ ୯ଦିନ ରହିବା ପରେ ଶ୍ରୀମନ୍ଦିରକୁ ଫେରିବେ । ତେବେ ଏହି ୯ଦିନ ଗୁଣ୍ଡିଚା ମନ୍ଦିରରେ ଆଡପ ଅବଢ଼ା ଭୋଗ ଲାଗି ହେବ । ଏହି ଭୋଗ ପାଇବା ପାଇଁ ଭକ୍ତମାନେ ଚାହିଁ ରହିଛନ୍ତି । ୯ଦିନ ପରେ ଶ୍ରୀମନ୍ଦିର ଅଭିମୁଖେ ବାହାରିବେ ଶ୍ରୀଜିଉ । ରଥକୁ ପୁର୍ନବାର ଶ୍ରୀମନ୍ଦିର ଅଭିମୁଖେ ଟାଣିନେବେ ଭକ୍ତ । ବାହୁଡାରେ ମଧ୍ୟ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ । ଏହାପରେ ସୁନାବେଶ ଅନୁଷ୍ଠିତ ହୋଇଥାଏ ।