ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଓମଫେଡ ପ୍ଲାଣ୍ଟରେ ଅଘଟଣ । ୪ଜଣ ଗୁରୁତର ଆହତ । ସେଥିରେ ୨ଜଣ ମହିଳା ଥିବା ବେଳେ ସମସ୍ତଙ୍କୁ ଚିକିତ୍ସା ଲାଗି ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ସକାଳୁ ସକାଳୁ ଏହି ଅଘଟଣ ଘଟିଛି ।
ରିପୋର୍ଟ ମୁତାବକ, ଖିର ବଏଲିଂ ହେଉଥିବା ବେଳେ ଓମଫେଡ ପ୍ଲାଣ୍ଟରେ କାର୍ଯ୍ୟକରୁଥିବା କର୍ମଚାରୀମାନେ ଏହାର ତଦାରଖ କରୁଥିଲେ । ତେବେ ଏହି ସମୟରେ ଗରମ ଖିର ସେମାନଙ୍କ ଉପରେ ପଡିଥିବା ସୂଚନା ମିଳିଛି । ୨ଜଣ ମହିଳାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ତୁରନ୍ତ ସେମାନଙ୍କୁ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଛି ।