ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୀର୍ଘ ୭ ବର୍ଷ, ୩ ମାସ ଏବଂ ୩ ଦିନର ଅପେକ୍ଷା ପରେ ଶେଷରେ ନିର୍ଭୟା ଗଣ ଦୁଷ୍କର୍ମ ମାମଲା ଦୋଷୀଙ୍କୁ ଆଜି ସକାଳ ସାଢେ ୫ଟାରେ ଫାଶୀ ଦିଆଯାଇଛି । ଏନେଇ ଜେଲ୍ ର ମହାନିର୍ଦ୍ଦେଶକ ସନ୍ଦୀପ ଗୋୟଲ ସୂଚନା ଦେଇଛନ୍ତି । ପୁରା ଦେଶକୁ ଦୋହଲାଇ ଦେଇଥିବା ଏହି ମାମଲାର ୪ ଦୋଷୀ ମୁକେଶ ସିଂହ (୩୨), ପବନ ଗୁପ୍ତା (୨୫), ବିନୟ ଶର୍ମା (୨୬) ଏବଂ ଅକ୍ଷୟ କୁମାର ସିଂହ (୩୧) ଙ୍କୁ ତିହାଡ ଜେଲରେ ଫାଶୀ ଦିଆଯାଇଛି । ଫାସୀ ଦିଆଯିବା ପରେ ୪ ଦୋଷୀକୁ ମୃତ ଘୋଷିତ କରିଛନ୍ତି ମେଡିକାଲ ଅଫିସର୍ । ଏହାପରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଗଲା ।
ଏହି ଫାସୀରୁ ବଞ୍ଚିବା ପାଇଁ ୪ ଦୋଷୀ ନିଜ ନିଜା ଆଇନ ବିକଳ୍ପ ବ୍ୟବହାର କରିଥିଲେ ଏବଂ ସେମାନଙ୍କ ସମସ୍ତ ପିଟିସନ୍ କୁ ଖାରଜ କରିଦିଆଯାଇଥିଲା । ପୂର୍ବରୁ ୩ ଥର ଫାସୀ ହେବାର ତାରିଖ ଘୁଞ୍ଚାଇ ଦିଆଯାଇଥିବା ବେଳେ ଶେଷରେ ଆଜି ଏମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲା ଯାଇଛି ।
ସୂଚନାଯୋଗ୍ୟ, ୨୦୧୨ ମସିହା ଡିସେମ୍ବର ୧୬ ତାରିଖ ରବିବାର ଦିଲ୍ଲୀର ଏକ ବସ୍ ରେ ନିର୍ଭୟାକୁ ଗଣଦୁଷ୍କର୍ମ କରାଯାଇଥିଲା । ନିର୍ଭୟା ରାତି ୧୦ ଟାରେ ଫିଲ୍ମ ଦେଖି ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହିତ ବସ୍ ରେ ଘରକୁ ଫେରୁଥିବା ସମମୟରେ ଏହି ଘଟଣା ତାଙ୍କ ସହ ଘଟିଥିଲା । ମାତ୍ର ବସ୍ ରେ ଅନ୍ୟ କୌଣସି ଯାତ୍ରନଥିଲେ । ସେହି ସମୟରେ ଦୁର୍ବୃତ୍ତମାନେ ତାଙ୍କ ପୁରୁଷ ବନ୍ଧୁଙ୍କ ମରା ମରି କରି ନିର୍ଭୟାଙ୍କ ସହ ଗଣ ଦୁଷ୍କର୍ମ କରିଥିଲେ । ।