ଗଜୁରାଟ(ଏଟିଆର ବ୍ୟୁରୋ): ରାତି ପାହିଥିଲେ ପୂଅ ବୋହୂଙ୍କ ଉପରେ ଦୁବ ଚାଉଳ ପଡିଥାନ୍ତା । ନବ ଦମ୍ପତ୍ତି ଗଢିଥାନ୍ତେ ନୂଆ ସଂସାର । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା । ପୁଅ ଝିଅଙ୍କ ବାହାଘର ପାଇଁ ନିର୍ବନ୍ଧ ସରିଥିଲା । ଘରକୁ କୁଣିଆ ବନ୍ଧୁ ଆସି ସାରିଥାନ୍ତି । ବାହାରେ ଟେଣ୍ଟ ମରା ସରିଥାଏ । ଏହି ଭିତରେ ହଠାତ ଖବର ଆସିଲା ବରପିତା କନ୍ୟା ମାତାକୁ ନେଇ ଫେରାର ହୋଇଯାଇଛି । ବାହାଘର ପୂର୍ବଦିନ ବରର ବାପା କନ୍ୟାର ମା କୁ ନେଇ ଫେରାର ହୋଇ ଯାଇଛି । ଏମିତି ଏକ ରୋମାଞ୍ଚକର ନାଟକୀୟ ଘଟଣା ଦେଖିବାକୁ ମିଳିଛି ଗୁଗୁରାଟର ସୁରଟ ସହରେ ।
ସୂଚନା ଅନୁସାରେ ବର ବାପାର ବୟସ ୪୮ ବର୍ଷ ହୋଇଥିବା ବେଳେ କନ୍ୟା ମାର ବୟସ ୪୬ ବର୍ଷ । ଏବେ ଜାଣିବାକୁ ମିଳିଛି କଲେଜ ସମୟରେ ଉଭୟ ଉଭୟଙ୍କୁ ପ୍ରେମ କରୁଥିଲେ । ମାତ୍ର ପରେ କୌଣସି କାରଣ ପାଇଁ ଦୁହେଁ ଅଲଗା ଅଲଗା ସ୍ଥାନରେ ବିବାହ କରିଥିଲେ । ପରେ ଉଭୟ ଉଭୟଙ୍କ ପୁଅ ଝିଅଙ୍କୁ ବିବାହ କରିବାକୁ ଚାହିଁଥିଲେ । ବାହାଘର ମଧ୍ୟ ରୀତିନୀତି ଅନୁସାରେ ସ୍ଥିର ହୋଇଥିଲା । ଦିନ ଧାର୍ଯ୍ୟ ପ୍ରସ୍ତୁତି ଶେଷ ହୋଇଥିଲା । ଫେରାର ହୋଇଯାଇଥିବା ୨ ଜଣ ମଧ୍ୟ ଏଥିରେ ସହମିତି ଥିଲେ । ଠିକ ବାହାଘର ପୂର୍ବଦିନ ସେମାନେ ଫେରାର ହୋଇ ଯାଇଛନ୍ତି । ବାହାଘର ବନ୍ଦ ରହିଥିବା ସୂଚନା ମିଳିଛି ।