ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ ବି ଦେଶର ଅନେକ ଅଞ୍ଚଳରେ ସିଏଏକୁ ବିରୋଧ କରାଯାଉଛି । ଏମିତିକି ସିଏଏ ବିରୋଧରେ ଅନେକ ପିଟିସନ କୋର୍ଟରେ ଦାଖଲ ହୋଇଛି । ଏହି ଅବସରରେ ଆଜି ଏହାର ଏକ ଶୁଣାଣୀ ରହିଥିଲା । ତେବେ ସିଏଏକୁ ନେଇ ସୁପ୍ରିମକୋର୍ଟ କହିଛନ୍ତି ସିଏଏର ତୁରନ୍ତ ଶୁଣାଣୀ ହୋଇ ପାରିବ ନାହିଁ । ଏହି ମାମଲାରେ କେନ୍ଦ୍ର ସରକାରଙ୍କ ପକ୍ଷ ଶୁଣାଯିବ । ସେ ପର୍ଯ୍ୟନ୍ତ ଏହି କାନୁନ ଉପରେ ରୋକ ଲଗାଯାଇ ପାରିବ ନାହିଁ । ଏହି ଆଇନ ବିରୋଧରେ ୧୪୪ ଟି ଅଭିଯୋଗ ହୋଇ ସାରିଛି । ଅନ୍ୟପଟେ ଗତକାଲି ଲକ୍ଷେ୍ନøର ଏକ ଜନ ସଭାରେ ଯୋଗଦେଇ ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ କୌଣସିବି ସ୍ଥିତିରେ ନାଗରିକତା ଆଇନ ପ୍ରତ୍ୟାହାର ହେବ ନାହିଁ ।
ଏହାକୁ ନେଇ ଦେଶରେ ହେଉଥିବା ହିଂସାକାଣ୍ଡ ପାଇଁ ଦାୟୀ ହେଉଛନ୍ତି ଏହି ଆଇନକୁ ବିରୋଧ କରୁଥିବା ଦଳ । ଲୋକମାନଙ୍କୁ ମିଛ କୁହାଯାଉଛି । ଅଖିଳେଶ ଯାଦବ ମିଥ୍ୟା ପ୍ରଚାର କରିବାକୁ ସାର୍ବଜନୀନ ମଞ୍ଚ ଖୋଜି ନେଇଛନ୍ତି । ଶରଣାର୍ଥୀଙ୍କୁ ନାଗରିକତା ଦେବା ପାଇଁ ଯେଉଁ ସବୁ କାର୍ୟ୍ୟ ହେବା କଥା କଂଗ୍ରେସ ସେସବୁ କରିନାହିଁ । ସେ ଉଦାହରଣ ଦେଇ କହିଛନ୍ତି ପାକିସ୍ତାନ,ବାଲାଂଦେଶ ଓ ଆଫଗାନିସ୍ତାନ ବିଭାଜିତ ହେବାପରେ ଏବେ ସେଠାରେ ରହିଯାଇଥିବା ହିନ୍ଦୁ, ଶିଖ, ଜୈନ,ବୌଦ୍ଧ ପାରସୀ ଧର୍ମର ଲୋକଙ୍କୁ ମହାତ୍ମାଗାନ୍ଧୀଙ୍କ ଜୟନ୍ତୀରେ ଜବରଦସ୍ତ ନିକାହ କରାଯାଉଛି ।