ମୁମ୍ବାଇ (ଏଟିଆର ବ୍ୟୁରୋ):ବଲିଉଡର ଖଳନାୟକ ଶକ୍ତି କପୁର ତାଙ୍କ ଝିଅ ଶ୍ରଦ୍ଧା କପୁରଙ୍କ ବିବାହକୁ ନେଇ ମୁହଁ ଖୋଲିଛନ୍ତି । ତାଙ୍କ କହିବାର ଥିଲା କି ଶ୍ରଦ୍ଧା ନିଜ ମନ ପସନ୍ଦର ବ୍ୟକ୍ତିକୁ ବିବାହ କରିବେ । ପ୍ରକୃତରେ ଶକ୍ତି କପୁର ତାଙ୍କ ଅଗାମୀ ଫିଲ୍ମ ‘ଦ ଜର୍ନି ଅଫ କର୍ମା’ର ପୋଷ୍ଟର ଏବଂ ଟିଜର ରିଲିଜରେ ଉପସ୍ଥିତ ଥିଲେ । ସେଠାରେ ତାଙ୍କୁ କିଛି ଗଣମାଧ୍ୟମ ଝିଅ ଶ୍ରଦ୍ଧା କପୁରଙ୍କ ବିବାହ ବିଷୟରେ ପଚାରିଥିଲେ । ଏବଂ ଶକ୍ତି କପୁର କହିଥିଲେ ଯେ, ‘ପ୍ରତେକ ପିତା-ମାତାଙ୍କ ଇଚ୍ଛା ତାଙ୍କ ଝିଅ ଗୋଟେ ଭଲ ଏବଂ ସମ୍ମାନିତ ପରିବାରରେ ବିବାହ କରନ୍ତୁ । କିନ୍ତୁ ମୋ ଆର୍ଶିବାଦ ରୁ ଶ୍ରଦ୍ଧା ନିଜର ବ୍ୟକ୍ତିଗତ ଜୀବନରେ ଅଗକୁ ବଢନ୍ତୁ । ପିଲାମାନଙ୍କୁ କିଛି ସ୍ୱାଧିନତା ଦେବା ଉଚିତ୍ । ପୁରୁଣା ସମୟ ଗଡିଗଲାଣି ଯେତେବେଳେ ମା’ ଓ ବାପା ମାନେ ତାଙ୍କ ହିସାବରେ ଝିଅଟିକୁ ବିବାହ କରୁଥିଲେ ।’
ସୂଚନା ଅନୁଯାୟୀ,ଶ୍ରଦ୍ଧା ଭାରତୀୟ ବ୍ୟାଡମିଂଟନ ଖେଳାଳି ସାଇନା ନେହୱାଲଙ୍କ ଜୀବନ ଉପରେ ଆଧାରିତ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଶ୍ରଦ୍ଧାଙ୍କ ଏହି ଅଭିନୟ ପାଇଁ ତାଙ୍କ ପିତା ଅତ୍ୟନ୍ତ ଖୁସି ଅଛନ୍ତି ।
ଶକ୍ତି କପୁର ତାଙ୍କ ଫିଲ୍ମ କ୍ୟାରିୟରକୁ ନେଇ କହିଥିଲେ ଯେ, ମୋ ଫିଲ୍ମ ଜୀବନ ବହୁତ ଭଲ ଥିଲା । ଏବଂ ମୋ ପିଲା ମଧ୍ୟ ତାଙ୍କ ଜୀବନରେ ବହୁତ ଭଲ କରୁଛନ୍ତି । ଏହା ସବୁ ଭଗବାନଙ୍କ କୃପା ଏବଂ ଦର୍ଶକମାନଙ୍କ ଆର୍ଶୀବାଦ ।