ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯଦି ଜାତକରେ ଶନି ଏବଂ ଚନ୍ଦ୍ରମା ଭୁଲ ସ୍ଥାନରେ ରହିଥିବେ ତେବେ ଏହାଦ୍ୱାରା ଜାତକରେ ଅନେକ ଖରାପ ପ୍ରଭାବ ପଡିଥାଏ । ଶନିଙ୍କ ଯୋଗୁଁ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ । ସେହିପରି ଚନ୍ଦ୍ରମାଙ୍କ ଭୁଲ୍ ସ୍ଥିତି ହେବା ଦ୍ୱାରା ମନ ଦୁର୍ବଳ ହୋଇଯାଇଥାଏ । ଯଦି ଆପଣଙ୍କ ଜାତକରେ ବି ଏହି ଦୁଇ ଗ୍ରହ ଖରାପ ଘରେ ଅଛନ୍ତି ତେବେ କିଛି ଉପାୟ ଉପରେ ଧ୍ୟାନ ରଖନ୍ତୁ । ଯାହାଦ୍ୱାରା ଏହି ଦୁଇ ଗ୍ରହଙ୍କ କୋପରୁ ରକ୍ଷା ପାଇ ପାରିବେ ।
ଯେଉଁ ଲୋକଙ୍କ ଜାତକରେ ଚନ୍ଦ୍ରମା ଦୁର୍ବଳ ରହିଥିବେ ସେମାନେ ଖୀର ସେବନ କରିବା ଅନୁଚିତ୍ । ଖୀର ସେବନ ଦ୍ୱାରା ଏହି ଗ୍ରହର ଖରାପ ପ୍ରଭାବ ଜୀବନରେ ପଡିଥାଏ । ଖୀର ବ୍ୟବତିତ ଯେକୌଣସି ଧଳା ଜିନିଷ ସେବନରୁ ଦୂରେଇ ରୁହନ୍ତୁ । ସେହିପରି ଶନିଙ୍କ ସ୍ଥିତି ଖରାପ ରହିଥିଲେ ଶନିବାର ଦିନ ଭୁଲ୍ ରେ ବି କଳା ରଙ୍ଗର ଜିନିଷ କିଣନ୍ତୁ ନାହିଁ । ଏହାସହିତ ଏହି ଦିନ ଲୁହା ଏବଂ ଜୋତା ଚପଲ ଆଦି କିଣିବାରୁ ଦୁରେଇ ରୁହନ୍ତୁ । କୁହାଯାଏ ଏଭଳି କରିବା ଦ୍ୱାରା ଜୀବନରେ ଶନିଙ୍କ ଖରାପ ପ୍ରଭାବ ପଡିଥାଏ ।
ଶନିଙ୍କ ପ୍ରକୋପରୁ ରକ୍ଷା ପାଇବା ପାଇଁ କରନ୍ତୁ ଏହି ଉପାୟ:
– ଶନିବାର ଦିନ କଳା ଜିନିଷ ଦାନ କରନ୍ତୁ । ଏହାଦ୍ୱାରା ଶନିଗ୍ରହ ଶାନ୍ତ ହୋଇଥାନ୍ତି ।
– ଶନିବାର ଦିନ ସୋରିଷ ତେଲ ଦୀପ ଲଗାନ୍ତୁ । ଏହି ଦୀପରେ କଳା ଜୀରା ନିଶ୍ଚିତ ରୂପେ ପକାନ୍ତୁ ।
– ଶନିମନ୍ତ୍ର ଜପନ୍ତୁ ।
– ଶନିବାର ଦିନ ଛଣା ହୋଇଥିବା ଖାଦ୍ୟ ଖାଇବାକୁ ଦିଅନ୍ତୁ ।
– ଏହିଦିନ ଲୁହା ଦାନ କରନ୍ତୁ ।
ଚନ୍ଦ୍ର ଗ୍ରହର ପ୍ରକୋପରୁ ରକ୍ଷା କରିବା ପାଇଁ କରନ୍ତୁ ଏହି ଉପାୟ:
– ଶୁକ୍ରବାର ଦିନ ସକାଳୁ ସ୍ନାନ ସାରି ଧଳା ରଙ୍ଗର ବସ୍ତ୍ର ଧାରଣ କରନ୍ତୁ । ଏହାପରେ ମଥାରେ ଧଳା ଟିକା ଲଗାନ୍ତୁ ।
– ଶୁକ୍ରବାର ଦିନ ଖିରୀ ବନାନ୍ତୁ । ରାତିରେ ଚନ୍ଦ୍ରମାଙ୍କୁ ପାଣିରେ ଅର୍ଘ୍ୟ ଦିଅନ୍ତୁ । ସେହି ପାଣିରେ ସାମାନ୍ୟ ଖୀର ମିଶାନ୍ତୁ । ଏହାସହିତ ଚନ୍ଦ୍ରମାଙ୍କୁ ଖିରୀ ଭୋଗ ଲଗାନ୍ତୁ ଏବଂ ସେହି ଭୋଗକୁ ଲୋକଙ୍କୁ ବାଣ୍ଟି ଦିଅନ୍ତୁ ।
– ଶୁକ୍ରବାର ଦିନ ଯେତେ ହେଉଛି ଧଳା ରଙ୍ଗର ଜିନିଷ ଦାନ କରନ୍ତୁ । ଧଳା ରଙ୍ଗର ଜିନିଷ ଦାନ କରିବା ଦ୍ୱାରା ଜାତକରେ ଗ୍ରହର ସ୍ଥିତି ମଜବୁତ୍ ହୋଇଥାଏ ।
– ଚନ୍ଦ୍ର ଗହ ସହ ଜଡିତ ଚାନ୍ଦୀ ଧାତୁ । ସେଥିପାଇଁ ଯେଉଁ ଲୋକଙ୍କ ଜାତକରେ ଚନ୍ଦ୍ର ଗ୍ରହ ଦୁର୍ବଳ ଥିବେ ସେମାନେ ଚାନ୍ଦୀ ଜିନିଷ ଧାରଣ କରିବା ଉଚିତ୍ । ଏହାକୁ ଧାରଣ କରିବା ଦ୍ୱାରା ଗ୍ରହର ସ୍ଥିତି ମଜବୁତ୍ ହୋଇଥାଏ ।