ନୂଆଦିଲ୍ଲୀ (ଆର ବ୍ୟୁରୋ): କରୋନା ପାଇଁ ଏବେ ସାରା ଦେଶରେ ଚିନ୍ତା । ଇତି ମଧ୍ୟରେ ମୋଦି ସରକାର ଏକ ବଡ ଘୋଷଣା କରିଛନ୍ତି । ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ଆୟକର ରିଟର୍ଣ୍ଣର ଅବଧିକୁ ବଢାଇ ଦିଆଯାଇଛି । ଆୟକର ରିଟର୍ଣ୍ଣର ଶେଷ ତାରିଖ ୩୦ ଜୁନ୍ ୨୦୨୦ ପର୍ଯ୍ୟନ୍ତ ବଢା ଯାଇଛି । ଏହାବ୍ୟତିତ ଆଧାର କାର୍ଡ ଏବଂ ପାନ୍ କାର୍ଡକୁ କୁ ଲିଙ୍କ କରିବାର ତାରିଖକୁ ବି ବଢାଇବା ପାଇଁ ଘୋଷଣା କରାଯାଇଛି । ଏନେଇ ମଙ୍ଗଳବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଘୋଷଣା କରିଛନ୍ତି ।
ତେବେ ଆସନ୍ତୁ ଜାଣିବା କେଉଁ କ୍ଷେତ୍ର ପାଇଁ କଣ ଘୋଷଣା କରାଯାଇଛି:
– ଜିଏସଟି ଅନୁଯାୟୀ ମାର୍ଚ୍ଚ, ଏପ୍ରିଲ, ଏବଂ ମେ ମାସର ରିଟର୍ଣ୍ଣକୁ ୩୦ ଜୁନ୍ ପର୍ଯ୍ୟନ୍ତ ଦାଖଲ କରାଯାଇ ପାରିବ ।
– କମ୍ପୋଜିଟ୍ ଯୋଜନା ଅନୁଯାୟୀ ଜୁନ୍ ୩୦ ପର୍ଯ୍ୟନ୍ତ ରିଟର୍ଣ୍ଣ ଭରିପାରିବେ ।
– ପାଞ୍ଚ କୋଟି ଟଙ୍କା ପର୍ଯ୍ୟନ୍ତ କାରୋବାର କରୁଥିବା ବ୍ୟକ୍ତିଙ୍କୁ ବିଳମ୍ବ ଶୁଳ୍କ, ଜରିମାନା ଏବଂ ସୁଧ ଦେବାକୁ ପଡିବ ନାହିଁ ।
– ପାଞ୍ଚ କୋଟି ଟଙ୍କାରୁ ଅଧିକ ବାର୍ଷିକ କାରୋବାର କରୁଥିବା ବ୍ୟକ୍ତିଙ୍କୁ କେବଳ ସୁଧ ଦେବାକୁ ପଡିବ ଏବଂ ଏହି ସୁଧ ଦରକୁ ହ୍ରାସ କରାଯାଇଛି ।
– ଏବେ ବିନା ସୁଧରେ ଜୁନ୍ ୩୦ ପର୍ଯ୍ୟନ୍ତ ମୂଳ ରାଶି ଦେଇ ମାମଲାକୁ ବନ୍ଦ କରିପାରିବେ ।
– ବିଶ୍ୱାସ ସ୍କିମର ସମୟ ସୀମାକୁ ବୃଦ୍ଧି କରାଇ ଜୁନ୍ ୩୦, ୨୦୨୦ ପର୍ଯ୍ୟନ୍ତ କରାଯାଇଛି ।
– ୩୦ ଜୁନ୍ ୨୦୨୦ ପର୍ଯ୍ୟନ୍ତ ୨୪ ଘଣ୍ଟିଆ କଷ୍ଟମ କ୍ଲିଅରାନ୍ସ ସୁବିଧା ମିଳିବ ।
– ବୋର୍ଡ ବୈଠକ ପାଇଁ କମ୍ପାନୀ ଗୁଡିକୁ ଦୁଇ ତୃତୀୟାଂଶ ପର୍ଯ୍ୟନ୍ତ ୬୦ ଦିନ ରିଲିଫ୍ ଦେବାର ନିଷ୍ପତି ନିଆଯାଇଛି ।
– ଡବିଟ୍ କାର୍ଡ ଦ୍ୱାରା ଯେକୌଣସି ବ୍ୟାଙ୍କରୁ ଟଙ୍କା ଉଠାଇବା ଆଗାମୀ ତିନି ମାସ ଯାଏଁ ମାଗଣା ହୋଇଯାଇଛି ।
– ବ୍ୟାଙ୍କ ଆକାଉଣ୍ଟରେ ସୀମିତ ବାଲାନ୍ସ ରିକ୍ୱାରମେଣ୍ଟ ଫି କୁ ୩୦ ଜୁନ୍ ୨୦୨୦ ପର୍ଯ୍ୟନ୍ତ ଛାଡ କରାଯାଇଛି ।
– ଯେଉଁ ବ୍ୟକ୍ତିଙ୍କର ଅତି ଜରୁରୀ କାମ ଅଛି ସେମାନେ କେବଳ ବ୍ୟାଙ୍କ ଯିବେ, ନଚେତ୍ ଅନ୍ୟ ସମସ୍ତଙ୍କୁ ନେଟ୍ ବ୍ୟାଙ୍କିଂ କରିବା ପାଇଁ ନିର୍ଦ୍ଦେଶ ।
– ଡିଜିଟାଲ ଟ୍ରେଡ୍ ପାଇଁ ବ୍ୟାଙ୍କ ଚାର୍ଜ୍ସେକୁ କମ କରାଯାଇଛି ।
– ଏମସିଏ-୨୧ ରେଜିଷ୍ଟ୍ରିକୁ ୩୦ ସେପ୍ଟମ୍ବର ୨୦୨୦ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି ।
– ଗତ ମାର୍ଚ୍ଚ ୧ ତାରିଖରୁ ଆଗାମୀ ୧୫ ଅପ୍ରିଲ ମଧ୍ୟରେ ଯେଉଁମାନଙ୍କର ସେନେଟାରୀ ଆୟତ ମଞ୍ଜୁରୀର ଅବଧି ସମାପ୍ତ ହେଉଥିଲା, ସେମାନଙ୍କ ପାଇଁ ତିନି ମାସ ଛୁଟ୍ ଦିଆଯାଇଛି ।
– କମ୍ପାନୀ ଗୁଡିକ ପାଇଁ ନିର୍ଦ୍ଦେଶକ ମଣ୍ଡଳ ବୈଠକ ମାମଲାରେ ଛୁଟ୍ ଦିଆଯାଇଛି ।
– ଯଦି କୌଣସି କମ୍ପାନୀର ସ୍ୱତନ୍ତ୍ର ନିର୍ଦ୍ଦେଶକ ଚଳିତ ବର୍ଷ ଗୋଟେ ବି ବୈଠକ କରିବେ ନାହିଁ ତେବେ ତାକୁ ନିୟମ ଉଲ୍ଲଂଘନରେ ନିଆଯିବ ନାହିଁ ।