ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ସୁପ୍ରିମ କୋର୍ଟରେ ଭିଡିଓ କନଫରେନସିଙ୍ଗ ଜରିଆରେ ୧୫ ଟି ମାମଲାରେ ଶୁଣାଣି କରାଯିବ । ଭିଡିଓ ଆପ୍ ଜରିଆରେ ଏହି ଜରୁରୀ ମାମଲାର ଶୁଣାଣି ହେବ । ସୁପ୍ରିମ କୋର୍ଟର ୱେବସାଇଟରେ ଅପଲୋଡ କାର୍ଯ୍ୟକ୍ରମ ଅନୁଯାୟୀ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ , ଜଷ୍ଟିସ୍ ସୂର୍ଯ୍ୟକାନ୍ତ , ଜଷ୍ଟିସ ଏଲ ନାଗେଶ୍ୱର ରାଓ ଏବଂ ଜଷ୍ଟିସ ଅନିରୁଧ ବୋସଙ୍କ ଖଣ୍ଡପୀଠ ଏହି ଜରୁରୀକାଳୀନ ୧୫ ମାମଲାରେ ଶୁଣାଣି କରିବେ ।
ଜଜ୍ ନିଜ ଚ୍ୟାମ୍ବରରୁ ହିଁ ଭିଡିଓ କନଫରେନସିଙ୍ଗ ଜରିଆରେ ଏହି ମାମଲାର ଶୁଣାଣି କରିବେ । ଏହାସହିତ ଏହି ମାମଲାର ଓକିଲମାନେ ବି ଭିଡିଓ କନଫରେନସିଙ୍ଗ ଜରିଆରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ।