ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନାକୁ ନେଇ ଘାଣ୍ଟି ଚକଟି ହେଉଥିବା ବେଳେ ଜନତା ବା ଗ୍ରାହକଙ୍କ ସୁରକ୍ଷା ପାଇଁ ଅନଲାଇନ ସେବା ପ୍ରଦାନକାରୀ ସଂସ୍ଥା ପ୍ଲିପକାର୍ଟ ଅସ୍ଥାୟୀରୂପେ ତାର ସେବା ବନ୍ଦ କରିଛି । ଏନେଇ ଫ୍ଲିପକାର୍ଟ ପକ୍ଷରୁ ଗ୍ରାହକଙ୍କୁ ସୂଚନା ଦେଇଛି ଫ୍ଲିପକାର୍ଟ । ସଂସ୍ଥା ପକ୍ଷରୁ କୁହାଯାଇଛି ସାରା ବିଶ୍ୱ ଏବେ ସଂଙ୍କଟମୟ ପରିସ୍ଥିତି ଦେଇ ଗତି କରୁଛି ।
ଅନ୍ୟ ସେବା ଠାରୁ ସ୍ୱାସ୍ଥ୍ୟସେବା ଏବେ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଛି । ସୁରକ୍ଷିତ ଜୀବନ ପାଇଁ ଆପଣ ଏବେ ଘରେ ରୁହନ୍ତୁ । ଆମେ ପୁଣି ଫେରିବୁ ଆପଣଙ୍କ ନିକଟକୁ । ଫ୍ଲିପକାର୍ଟ ମଧ୍ୟ ଲୋକଙ୍କୁ ବାହାରକୁ ନ ଆସିବାକୁ କହିଛି ।