ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଫଳ ମଧ୍ୟରେ କମଳା ଅନ୍ୟତମ । ଆପଣମାନେ ସମସ୍ତେ ଜାଣିଥିବେ କି କମଳା ସେବନ ଦ୍ୱାରା ଇମ୍ୟୁନିଟି ବୃଦ୍ଧି ହୋଇଥାଏ । କିନ୍ତୁ ନିକଟରେ ହୋଇଥିବା ଗବେଷଣାରୁ ଜାଣିବାକୁ ମିଳିଛି କି ନିୟମିତ କମଳା ସେବନ କରିବା ଦ୍ୱାରା ଚର୍ବି ହ୍ରାସ ହୋଇଥାଏ ।
ଲିପିଡ ରିସର୍ଚ୍ଚ ଜର୍ନାଲରେ ପ୍ରକାଶିତ ଗବେଷଣାରେ କୁହାଯାଇଛି କି କମଳାରୁ ମିଳୁଥିବା ନୋବିଲେଟିନ୍ ନାମକ ତତ୍ୱ ଦ୍ୱାରା ଚର୍ବି ହ୍ରାସ ହୋଇଥାଏ । ଏହାସହିତ କମଳାକୁ ନିୟମିତ ସେବନ କରିବା ଦ୍ୱାରା ଅନ୍ୟ ଫାଇଦା ମଧ୍ୟ ହୋଇଥାଏ ।
ଗବେଷଣାରେ ଆହୁରି ମଧ୍ୟ କୁହାଯାଇଛି କି, କମଳା ରାସାୟନିକ ଯୌଗିକ ମୋଟାପଣକୁ କମ କରବିାରେ ସହାୟକ ହୋଇଥାଏ ।
କାନାଡାର ୱେଷ୍ଟର୍ଣ୍ଣ ୟୁନିଭରସିଟିରେ ହୋଇଥିବା ଗବେଷଣାର ମୁଖ୍ୟ ଗବେଷକ କହିଛନ୍ତି କି,ଆମେ ନୋବିଲେଟିନ୍ ସହ ବ୍ୟବହାର କରିବା ଆରମ୍ଭ କରିଛୁ । ଏହାର ପ୍ରଭାବ ମୋଟା ମୂଷା ଉପରେ କରାଯାଇଥିଲା । ଏଥିରୁ ଦେଖିବାକୁ ମିଳିଛି କି ନୋବିଲେଟିନ୍ ର ପ୍ରଭାବରୁ ଦ୍ୱାରା ରକ୍ତର ଧମନି ମଧ୍ୟରେ ଜମାଟ ବାନ୍ଧିଥିବା କୋଲେଷ୍ଟ୍ରଲ କମ ହେଉଛି ।