ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା ଜଳାରେ କଲବଲ ହେଉଛି । ଏହି ଭିତରେ ଏବେ ପୁଣି ଦାଉ ସାଧିବ ଖରା । ଆଜିଠାରୁ ତାପମାତ୍ରା ବୃଦ୍ଧି ପାଇବ । ଆସନ୍ତା ଏପ୍ରିଲ ପହିଲା ଠାରୁ ଲଗାତାର ଭାବେ ଖରା ବଢିବ ।
ଏପ୍ରିଲ ପ୍ରଥମ ସପ୍ତାହରେ ଖରା ୪୦ ଡିଗ୍ରୀ ଅତିକ୍ରମ କରିପାରେ । ସେହିଭଳି ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟରେ ଖରା ୨ ରୁ ୩ ଡିଗ୍ରୀ ବଢିବା ଆଶଙ୍କା କରାଯାଉଛି । ଉପକୂଳ ଓଡିଶା ସମେତ ଆସନ୍ତା କାଲି ୨ ରୁ ୩ ଡିଗ୍ରୀ ତାପମାତ୍ରା ବଢିପାରେ । ଅନ୍ୟପଟେ ବଲାଙ୍ଗୀର ଓ ସୋନପୁରରେ ତାପମାତ୍ରା ୩୮ ଡିଗ୍ରୀ ଛୁଇଁ ସାରିଲାଣି । ତେବେ ୩୦ ଓ ୩୧ ତାରିଖ ଆଡକୁ ରାଜ୍ୟରେ କେତେକ ସ୍ଥାନରେ ଘୂର୍ଣ୍ଣି ଝଡ ସହିତ ସାମାନ୍ୟ ବର୍ଷା ହେବା ଆଶଙ୍କା କରାଯାଉଛି ।