ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ବ୍ୟାଙ୍କରେ ଚାକିରି କରିବା ପାଇଁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ରହିଛି ଖୁସି ଖବର । ଦେଶର ସବୁଠାରୁ ବଡ ସାର୍ବଜନୀନ ସରକାରୀ ବ୍ୟାଙ୍କ , ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ) ଚଳିତ ବର୍ଷ ୧୪୦୦୦ ପଦ ବା ପୋଷ୍ଟରେ କର୍ମଚାରୀଙ୍କୁ ନିଯୁକ୍ତି ଦେବା ପାଇଁ ନିଷ୍ପତି ନେଇଛି । ଏହା ସହ ନିଜ ଇଚ୍ଛାରେ ବା ସ୍ୱେଚ୍ଛାକୃତ ଅବସର ନେଇ ପରିବେ ବୋଲି ମଧ୍ୟ ବ୍ୟାଙ୍କ ଯୋଜନା ପ୍ରସ୍ତୁତ କରିଛି । ଏହା ପାଇଁ କୌଣସି ଅର୍ଥ କଟାହେବ ନାହିଁ । ଏଥିରେ ୩୦,୧୯୦ ଯୋଗ୍ୟ କର୍ମଚାରୀ ଅଛନ୍ତି, ଯେଉଁମାନେ ସ୍ଵେଚ୍ଛାକୃତ ଅବସର ନେଇ ପାରିବେ। ଏସବିଆଇ ମୁଖପାତ୍ର କହିଛନ୍ତି ପ୍ରସ୍ତାବିତ ଭିଆରଏସରେ କୌଣସି ପ୍ରକାରର ଅର୍ଥକାଟ୍ ଯୋଜନା ନାହିଁ। ବ୍ୟାଙ୍କ କର୍ମଚାରୀଙ୍କ ହିତ ସାଧନ ହେତୁ ନିଜ କାର୍ୟ୍ୟକୁ ଏସବିଆଇ ଆଗକୁ ବଢାଇଛି ଓ ନୂତନ ପ୍ଲାନ କରୁଛି ସେଥିପାଇଁ ବ୍ୟାଙ୍କ ପାଇଁ ଆହୁରି କର୍ମଚାରୀ ଆବଶ୍ୟକ। ତେଣୁ ବ୍ୟାଙ୍କ ଚଳିତ ବର୍ଷ ୧୪୦୦୦ରୁ ଅଧିକ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ଯୋଜନା ରଖିଛି।
ବର୍ତ୍ତମାନ ଏସବିଆଇର ୨.୫୦ ଲକ୍ଷ କର୍ମଚାରୀ ଅଛନ୍ତି ଓ ଏହି କର୍ମଚାରୀମାନେ ବ୍ୟାଙ୍କର ସବୁ କାମକୁ ଦାୟିତ୍ୱ ସହିତ ତୁଲାଉଛନ୍ତି । ଲୋକଙ୍କ ଆବଶ୍ୟକତା ପୂରଣ କରୁଛନ୍ତି । ତେଣୁ ଏହି କର୍ମଚାରୀଙ୍କ ପାଇଁ ଏକ ଜନ୍ମ ଗତ ଅଧିକାର ପରି ଜୀବନରେ ସହାୟତା କରିବା ପାଇଁ ଏକ ବିକଳ୍ପ ପ୍ରଦାନ କରିବା ନେଇ ନିଷ୍ପତି ନେଇଛି । ଯେଉଁ କର୍ମଚାରୀମାନେ ବୃତ୍ତିଗତ ଅଭିବୃଦ୍ଧି ସୀମା , ଶାରୀରିକ ଅବସ୍ଥାରେ ପରିବର୍ତ୍ତନ ଓ ପାରିବାରିକ ପରିସ୍ଥିତି କାରଣରୁ ସେମାନଙ୍କ କ।ମରେ ପରିବର୍ତ୍ତନ ଚାହୁଁଛନ୍ତି ତାହା ସେମାନେ କରି ପାରିବେ । ବ୍ୟାଙ୍କରୁ ଅବସର ନେବା ପରେ ବ୍ୟାଙ୍କ ତରଫରୁ କୌଣସି ରାଶି କଟାଯିବ ନାହିଁ । ୨୫ ବର୍ଷ ଚାକିରି କରିସାରିଥିବା ଓ ୫୫ ବର୍ଷ ଉପରକୁ ହୋଇଥିବା କର୍ମଚାରୀଙ୍କ ପାଇଁ ଏହା ଲାଗୁ ହୋଇଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024