ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଦିନକୁ ଦିନ କରୋନାର ପ୍ରଭାବ ରାଜ୍ୟରେ ବଢିବାରେ ଲାଗିଛି । ଦିନକୁ ଦିନ କରୋନା ସ୍ଥିତି ବିଗିଡିବାରେ ଲାଗିଛି । ତେବେ କରୋନାର ସଫଳ ମୁକାବିଲା ପାଇଁ ରାଜ୍ୟରେ ପୁଣି ଆଜି ନୂଆ ଗାଇଡ ଲାଇନ ଜାରି ହୋଇଛି । ଏନେଇ ଆଜି ଜିଏ ପିଜି ଡିପାର୍ଟମେଣ୍ଟ ପକ୍ଷରୁ ନୂଆ ଗାଇଡ ଲାଇନ ଜାରି କରାଯାଇଛି । ନୂଆ ଗାଇଡ ଲାଇନ ଅନୁଯାୟୀ ସହରରେ ଥିବା ବଡବଡ କଫିସପ , ବାର , ରେଷ୍ଟୁରାଣ୍ଟ, କ୍ୟାଣ୍ଟିନ ଯେଉଁଠାରେ ଅଧିକ ଜନସମାଗମ ହେଉଛି ସେହିସବୁ ସ୍ଥାନକୁ ତୁରନ୍ତ ବନ୍ଦ କରିବାକୁ ଆଜି ନିର୍ଦେଶ ହୋଇଛି । ଆଗାମୀ ନିର୍ଦେଶ ନ ଆସିବା ପର୍ଯ୍ୟନ୍ତ ଏହାକୁ ବନ୍ଦ ରଖିବାକୁ କୁହାଯାଇଛି । ସେହିଭଳି ସମସ୍ତ ହୋଟେଲ ଗ୍ରାହକଙ୍କ ମଧ୍ୟରେ ୨ ମିଟରର ଦୂରତା ରକ୍ଷା କରିବା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦେଶ ଦିଆଯାଇଛି ।
ସେହିଭଳି ହାଟ , ମାର୍କେଟ , ସପିଙ୍ଗ କମପ୍ଲେକ୍ସ ଆଦିରେ କେବଳ ଜୁରୁରୀ କାଳୀନ ଖାଉଟି ସାମଗ୍ରୀ , ଯଥା ଗ୍ରୋସରୀ ସାମଗ୍ରୀ, ଚିକେନ, ଅଣ୍ଡା, ମାଛ ଆଦି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ବିକ୍ରିହେବ । ସେହିଭଳି ଟ୍ୟାକ୍ସି ଓ ଅଟୋ ଦିନେ ଛଡା ଦିନେ ପରି ବର୍ତ୍ତିତ ଭାବେ ଚାଲିବ ବୋଲି କୁହାଯାଇଛି । ଏନେଇ ସମସ୍ତ ଜିଲ୍ଲାପାଳ, ମୁନିସପାଲଟି କମିଶନର, ପୋଲିସ କମିଶନରଙ୍କୁ ଆଲର୍ଟ ରହିବାକୁ ପରାମର୍ଶ ଦିଆଯାଇଛି । ସେହିଭଳି କୌଣସି ସର୍ବସାଧାରଣ ସ୍ଥାନରେ ୬ ଜଣରୁ ଅଧିକ ଏକତ୍ରିତ ହେବାକୁ ମନା କରାଯାଇଛି ।