ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶବ୍ୟାପି କରୋନାର ପ୍ରକୋପ ଥମିବାର ନା ଧରୁନି । ଏପର୍ଯ୍ୟନ୍ତ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଶହ ଟପି ଥିବା ବେଳେ ଏଥିରେ ୨୦ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ସେହିପରି ଏହି ରୋଗରୁ ଏପର୍ଯ୍ୟନ୍ତ ୬୭ ଜଣ ସୁସ୍ଥ ହୋଇସାରିଲେଣି ।
ଏହି ସଂକ୍ରମଣକୁ ନେଇ ଜନ୍ ହାପିକିନ୍ସ ୟୁନିଭରସିଟି ଏବଂ ଦି ସେଣ୍ଟର ଫର୍ ଡିଜିଜ୍ ଡାୟନୋମିକ୍ସ, ଇକୋନାମିକ୍ସ ଆଣ୍ଡ ପଲିସ ପକ୍ଷରୁ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ସ୍ପଷ୍ଟ କରାଯାଇଛି କି ଏବେ ବି ଭାରତ ପାଇଁ ବିପଦ ଟଳି ନାହିଁ । କରୋନାର ପ୍ରକୋପ ଆହୁରି ୪ ମାସ ପର୍ଯ୍ୟନ୍ତ କଲବଲ କରିବ ।
ରିପୋର୍ଟ ମୁତାବକ, ଲକ୍ ଡାଉନ୍ ର ଅବଧିକୁ ଆହୁରି ବଢାଯାଇ ପାରେ । ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ଦୃଷ୍ଟିରେ ରଖି ଏହି ନିର୍ଣ୍ଣୟ ନିଆଯିବ । ଯଦି ଲୋକେ ନିଜେ ସତର୍କ ନହୋଇ ସରକାରଙ୍କ ଲକ୍ ଡାଉନ୍ ନିୟମକୁ ନମାନିବେ ତେବେ ସ୍ଥିତି ଗମ୍ଭୀର ହୋଇପାରେ ବୋଲି କୁହାଯାଉଛି ।