ଭୁବନେଶ୍ୱରର(ଏଟିଆର ବ୍ୟୁରୋ): ପ୍ରତିଦିନ ୪ଘଣ୍ଟା ଖୋଲା ରହିବ ରାଜ୍ୟର ସମସ୍ତ ଆରଟିଓ । ଏନେଇ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ରାଜ୍ୟରେ ୩ଟି ଅତିରିକ୍ତ ଆଞ୍ଚଳିକ ପରିବହନ କେନ୍ଦ୍ର ଖୋଲାଯିବ । ଏହି କେନ୍ଦ୍ର ଗୁଡିକ ଖୋର୍ଦ୍ଧା, ବଡବିଲ ଓ ରାଇରଙ୍ଗପୁରରେ ଖୋଲାଯିବ । ସକାଳ ୧୦ ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସମସ୍ତ ଆରଟିଓ ଖୋଲା ରଖିବା ପାଇଁ ପରିବହନ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ଅତ୍ୟାବଶ୍ୟକ ମାଲ୍ ପରିବହନ କରୁଥିବା ଗାଡ଼ି ଏବଂ ଲୋକଙ୍କ ଜରୁରୀ ସମସ୍ୟା ଦିଗରେ ଏମାନଙ୍କୁ କାର୍ୟ୍ୟ କରିବାକୁ କୁହାଯାଇଛି।
ସୂଚନା ଯୋଗ୍ୟ ସାରା ବିଶ୍ୱରେ କରୋନା ଭାଇରସ ପାଇଁ ହାହାକାର ପଡିଛି । ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସରରେ ପ୍ରାୟ୨୪ ହଜାରରୁ ଅଧିକ ଲୋକ ମୃତ୍ୟୁ ବରଣ କରିସାରିଲେଣି । ଏହି ଭାଇରସ ୧୯୮ ଟି ଦେଶକୁ ବ୍ୟାପି ସାରିଲାଣି । ତେବେ ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଭାରତରେ ୮୦୦ରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ଥିବା ବେଳେ ୨୦ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି ଓଡିଶାରେ ୩ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାରା ମୁକାବିଲା କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରାଯାଉଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସନ୍ତା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ସାରା ଭାରତକୁ ଲକ୍ ଡାଉନ୍ କରିଦିଆଯାଇଛି ।