ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାରା ଦେଶକୁ ହନ୍ତସନ୍ତ କରି ରଖିଛି କରୋନା ଭାଇରସ । ଏହି ମାରାତ୍ମକ ଭାଇରସ ଦେଶରେ ହୁ ହୁ ହୋଇ ବଢି ଚାଲିଛି । ଏହାର ପ୍ରକୋପକୁ ଦୃଷ୍ଟିରେ ରଖି ଦେଶବ୍ୟାପି ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଏହାସହିତ ଲୋକଙ୍କୁ ସତ୍ତର୍କତା ହେବା ପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହି ଅବସରରେ ଲୋକେ ଘରୁ ବାହାରକୁ ବାହାରିବାକୁ ଭୟ କରୁଛନ୍ତି । ଇତିମଧ୍ୟରେ ଯଦି ଆପଣଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ଉପୁଜୁଛି ତେବେ ସେଥିପାଇଁ ଆପଣଙ୍କୁ କୌଣସି ହସ୍ପିଟାଲର ଓପିଡି ଯିବାର ଆବଶ୍ୟକତା ନାହିଁ । ଆପଣ ଘରେ ବସି ଡାକ୍ତରଙ୍କୁ ପରାମର୍ଶ କରିପାରିବେ ।
ଲୋକଙ୍କ ସହାୟତା ପାଇଁ ଭାରତୀୟ ଡାକ୍ତରୀ ସଂଘ (ଆଇଏମଏ) ପକ୍ଷରୁ ଏଭଳି ସୁବିଧା ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ଯଦି ଆପଣଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଉଛି କିମ୍ବା କରୋନା ନେଇ କୌଣସି ସନ୍ଦେହ ହେଉଛି, ତେବେ ଆପଣ ଫୋନ୍ ମାଧ୍ୟମରେ ଡାକ୍ତରଙ୍କୁ ପରାମର୍ଶ କରିପାରିବେ । ସେଥିପାଇଁ ଭାରତୀୟ ଡାକ୍ତରୀ ସଂଘ ପକ୍ଷରୁ ଏକ ଡାକ୍ତରୀ ତାଲିକା ଜାରି କରାଯାଇଛି । ଏଥିରେ ବିଭିନ୍ନ ବିଭାଗର ଡାକ୍ତରଙ୍କ ନାଁ , ଫୋନ୍ ନଂ ଏବଂ ସମୟ ବିଷୟରେ ଦିଆଯାଇଛି ।