ଭୁବନେଶ୍ୱର (ଏଟିଆର ବ୍ୟୁରୋ):ସବୁବେଳେ ପୁଅମାନେ,ଝିଅମାନଙ୍କର ଆଦା ଉପରେ ଫିଦା ହୋଇଥାନ୍ତି । ସେମାନଙ୍କ ହସ,ଆଖି ପୁଅମାନଙ୍କୁ ଦିୱାନା କରିଦେଇଥାଏ । ସେହିଭଳି ଭାବେ ଝିଅମାନଙ୍କୁ ମଧ୍ୟ ପୁଅମାନଙ୍କ କିଛି କଥା ଆକର୍ଷିତ କରିଥାଏ । ଝିଅମାନଙ୍କୁ ଭିନ୍ନ ଭିନ୍ନ ପୁଅମାନଙ୍କର ଅଲଗା ଅଲଗା ଗୁଣ ପସନ୍ଦ ଆସିଥାଏ । ଝିଅମାନଙ୍କ ଉପରେ ହୋଇଥିବା ଏକ ଗବେଷଣାରୁ ଜାଣବାକୁ ମିଲିଲା ତାଙ୍କର ପସନ୍ଦ ଏବଂ ନାପସନ୍ଦ । ତେବେ ଆସନ୍ତୁ ଜାଣିବା ପୁଅମାନଙ୍କର କେଉଁ ଗୁଣ ଝିଅମାନଙ୍କୁ ତାଙ୍କ ଆଡକୁ ଆକର୍ଷିତ କରିଥାଏ ।
ଗବେଷଣାରୁ ଜାଣିବାକୁ ମିଳିଲା ଯେ ଝିଅମାନଙ୍କୁ ସେହି ପୁଅମାନେ ଅଧିକ ପସନ୍ଦ ଯେଉଁମାନଙ୍କର ସାଧାରଣ ଜ୍ଞାନ ଅଧିକ ଥାଏ । ଝିଅମାନଙ୍କ କହିବା ଅନୁଯାୟୀ ଏହିଭଳି ପୁଅମାନେ ଘରର ଛୋଟ ମୋଟ କଳି ଝଗଡାକୁ ଖାତିର୍ ନକରି ଜୀବନସାଥୀଙ୍କ ସହିତ ଆଗକୁ ବଢିଥାନ୍ତି । ଯେଉଁଥିପାଇଁ ପାରିବାରିକ ଜୀବନରେ ଝଗଡା ମଧ୍ୟ କମ୍ ହୋଇଥାଏ ।
ଏକ ଗବେଷଣା ଅନୁଯାୟୀ ପାଖାପାଖି ୮୦ ପ୍ରତିଶତ ଝିଅମାନେ ଏଭଳି ପୁଅମାନଙ୍କୁ ପସନ୍ଦ କରିଥାନ୍ତି । ଯେଉଁମାନେ ଭଲ ଖାଦ୍ୟ ତିଆରି ଜାଣନ୍ତି । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । କାରଣ ଦୁନିଆରେ ପୁଅମାନେ ଖାଦ୍ୟ ପ୍ରସ୍ତୁତ କରିବା ଜାଣିଛନ୍ତି । ଏଭଳି ପୁଅମାନଙ୍କ ପ୍ରତି ଝିଅମାନେ ଖୁବ୍ ଶୀଘ୍ର ଆକର୍ଷିତ ହୋଇଥାନ୍ତି ।