ଭୁବନେଶ୍ୱର(ଏଟିଆର ବ୍ୟୁରୋ): ପ୍ରତେକ ମନୁଷ୍ୟ ନିଜର ଜୀବନରେ ସଫଳତା ପାଇବା ପାଇଁ ଖୁବ୍ ପରିଶ୍ରମ କରିଥାନ୍ତି । ମାତ୍ର କିଛି ଲୋକଙ୍କ କ୍ଷେତ୍ରରେ ଦେଖିବାକୁ ମିଳେ ଯେ ସେମାନେ ଅତ୍ୟନ୍ତ ପରିଶ୍ରମ କରିବା ସତ୍ୱେ ବି ତାଙ୍କୁ ସଫଳତା ମିଳିପାରୁ ନାହିଁ । ତେବେ ଆସନ୍ତୁ ଜାଣିବା କେଉଁ କାରଣ ବସତଃ ମନୁଷ୍ୟର ଅତ୍ୟନ୍ତ ପରିଶ୍ରମ ଫଳ ବ୍ୟର୍ଥ ହେଉଛି । ଆଜ୍ଞା ହଁ ମନୁଷ୍ୟ ଭିତରେ ଥିବା କ୍ରେଧ, ଅହଂକାର ଏବଂ ଲୋଭ ଏହି ତିନୋଟି ସ୍ୱଭାବ ଯେକୌଣସି ମନୁଷ୍ୟର ସଦବୁଦ୍ଧି କୁ କ୍ଷଣିକ ମଧ୍ୟରେ କୁବୁଦ୍ଧିରେ ପରିବର୍ତ୍ତନ କରିଦେଇଥାଏ । ଯାହାଦ୍ୱାରା ମନୁଷ୍ୟକୁ ସଫଳତା ମିଳିପାରି ନଥାଏ ।
ଆପଣମାନେ କେବେ ବି ନିଶ୍ଚିତ ଭାବେ ରାମଚରିତମାନସ ଶୁଣିଥିବେ କିମ୍ବା ପଢିଥିବେ । ସେଥିରେ ତିନୋଟି ଏଭଳି କାମ ବିଷୟରେ ଲେଖାଯାଇଛି ଯାହା ପରମୁହୂର୍ତ୍ତରେ ଯେକୌଣସି ବ୍ୟକ୍ତିକୁ ବରବାଦ କରିଦେବ । ସେହି ତିନୋଟି କାମ ହେଲା କ୍ରୋଧ, ଲୋଭ ଏବଂ ପ୍ରେମ ବା କାମନାବାସନା ।
– ଯଦି କୋଣସି ବ୍ୟକ୍ତି କ୍ରେଧିତ ହୋଇଯାଏ । ସେହି ସମୟରେ ସେ ତାର ବାଣୀକୁ ନିୟନ୍ତ୍ରଣରେ ରଖିପାରେ ନାହିଁ । ଯାହା ମାନେ ତାହା କହିଯାଇଥାଏ । ଯାହାଦ୍ୱାରା ବିପରୀତ ବ୍ୟକ୍ତିଙ୍କୁ ଆଘାତ ଲାଗିଥାଏ । ସେଥିପାଇଁ ସର୍ବଦା କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ।
– ଯେଉଁ ବ୍ୟକ୍ତି ନିଜ ଜୀବନରେ କେବେ ଲୋଭ ଛାଡିବ ନାହିଁ । ସେ କଦାପି ସଫଳତାର ଶୀର୍ଷରେ ପହଞ୍ଚି ପାରିବ ନାହିଁ ।
– କାମନା ବାସନା ମଧ୍ୟ ଏକ ଖରାପ ଅଭ୍ୟାସ । ଏହାଦ୍ୱାରା ଅନେକ ବଡ ବଡ ମୁନୀ ଋଷୀମାନଙ୍କର ତପସ୍ୟା ମଧ୍ୟ ଖଣ୍ଡନ ହୋଇଯାଇଥାଏ ।