ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଲକ୍ ଡାଉନ୍ ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବଡ ନିଷ୍ପତି ନିଆଯାଇଛି । ଯାହାଦ୍ୱାରା ଗାଡି ଚାଳକଙ୍କୁ ଆଶ୍ୱସ୍ତି ମିଳିଛି । ଗାଡି ଚାଳକଙ୍କର ଫେବୃଆରୀରୁ ସରିଥିବା କାଗଜପତ୍ରର ଅବଧିକୁ ନବୀକରଣ କରିବାର ଆବଶ୍ୟକତା ନାହିଁ । ଏହି କାଗଜପତ୍ର ଜୁନ୍ ପର୍ଯ୍ୟନ୍ତ ବୈଧ ରହିବ । ଲକ୍ ଡାଉନ୍ ଯୋଗୁଁ ନବୀକରଣ ଅସମ୍ଭବ ହେଉଥିବାର ଏଭଳି ନିଷ୍ପତି ନିଆଯାଇଛି ।
Central Govt extends validity of fitness, registration, permit, DL etc till 30th June.
Even though not specifically mentioned we will extend validity of LL and PUC certificate till 30th June in Odisha.#StayAtHome pic.twitter.com/YrYsisXaxc— STA Odisha (@STAOdisha) March 31, 2020
କେନ୍ଦ୍ର ପରିବହନ ମନ୍ତ୍ରାଳୟ ପକ୍ଷରୁ ପରମିଟ୍ ଅବଧିକୁ ବଢାଯାଇ ୩୦ ଜୁନ୍ କରାଯାଇଛ । ଏହାସହିତ ପରିବହନ ନିର୍ଦ୍ଦେଶିତ ଡକ୍ୟୁମେଣ୍ଟ ଗୁଡିକ ଯଥା ଲର୍ଣ୍ଣିଂ ଲାଇସେନ୍ସ, ପଲ୍ୟୁସନ ସାର୍ଟିଫିକେଟ, ଡ୍ରାଇଭିଂ ଲାଇାସନ୍ସ , ଫିଟନେସ, ରେଜିଷ୍ଟ୍ରସନ୍ ସାର୍ଟିଫିକେଟ, ପରମିଟ୍,କ୍ଷେତ୍ରରେ ବି ଏହି ସର୍ତ୍ତ ଲାଗୁ କରାଯାଇଛି । ଜୁନ୍ ୩୦ ପର୍ଯ୍ୟନ୍ତ ଏହି ସମସ୍ତ ଅବଧିକୁ ବଢାଯାଇଛି । ଏନେଇ ଟ୍ୱିଟ୍ ଜରିଆରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ସୂଚନା ।