ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡର ଜଣେ ସୁନାମଧନ୍ୟା ଗାୟିକା ହେଉଛନ୍ତି ସୋନା ମହାପାତ୍ର । ସେ ଜଣେ ଓଡିଆ ହୋଇ ମଧ୍ୟ ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରଛନ୍ତି । ସଂଗୀତ ଜଗତରେ ଏକ ବିଜ୍ଞାପନରୁ ନିଜର କ୍ୟାରିୟର ଆରମ୍ଭ କରି ସଫଳତା ହାସଲ କରିବା ପରେ ସେ ଧିରେ ଧିରେ ବଲିଉଡର ଅନେକ ଫିଲ୍ମରେ ସଂଗୀତଗାନ କରିବା ପାଇଁ ସୁଯୋଗ ପାଇଥିଲେ । ଏବଂ ତାଙ୍କ ଗୀତ ଶ୍ରୋତାମାନଙ୍କ ହୃଦୟକୁ ଛୁଇଁପାରିଥିଲା । କିନ୍ତୁ ଏବେ ସୋନାଙ୍କ ଏକ ଗୀତକୁ ନେଇ ବିବାଦ ସୃଷ୍ଟି ହୋଇଛି ।
ନିକଟରେ ସୋନାଙ୍କୁ ତାଙ୍କ ଗୀତ ପାଇଁ ଏକ ସଂଗଠନ ପକ୍ଷରୁ ଧମକ ମିଳିଛି । ସେମାନଙ୍କର କହିବାନୁଯାୟୀ ସୋନା ଏହି ଗୀତରେ ଛୋଟ ଡ୍ରେସ ପିନ୍ଧି ଗୀତ ଗାଉଥିବାର ନଜର ଆସିଛନ୍ତି । ଯାହାକୁ ନେଇ ସଂଗଠନ ପକ୍ଷରୁ ଆପତ୍ତି ରହିଛି ।
ଧମକ ପରେ ସୋନା ନିଜେ ପୁଲିସ ଷ୍ଟେସନରେ ଏହି ମାମଲାରେ ଅଭିଯୋଗ ଆଣିଥିଲେ । ଏବଂ କହିଥିଲେ ତାଙ୍କର ଲ୍ୟାଟେଷ୍ଟ ଟ୍ରାକ ‘ତେରି ସୁରତ’ ପାଇଁ ତାଙ୍କୁ ଧମକ ମିଳିଛି । ମଦାରିଆ ସୁଫି ଫାଉଣ୍ଡେସନର କହିବାନୁଯାୟୀ ଏହି ଭିଡିଓଟି ଦେଖିବାକୁ ବଲଗର୍ ଲାଗୁଛି । ଏହାଦ୍ୱାରା ସାଂପ୍ରଦାୟିକ କଳହ ସୃଷ୍ଟି ହୋଇପାରେ ।