ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କରୋନା ସଙ୍କଟ ବଢିବାରେ ଲାଗିଛି । ଗତ କିଛି ଦିନ ମଧ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି । ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁର୍ନବାର ଗୁରୁବାର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କରୋନା ସ୍ଥିତିକୁ ନେଇ ଆଲୋଚନ କରିବେ । ମୁଖ୍ୟମନ୍ତ୍ରୀ ମାନଙ୍କ ଏହା ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ଆଲୋଚନା ହେବ । ଏହାପୂର୍ବରୁ ସେ ଲକ୍ ଡାଉନ୍ ଘୋଷଣା କରିବାର ପୂର୍ବଦିନ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ସିଧା ଆଲୋଚନା କରିଥିଲେ ।
ଏହାସହିତ କରୋନା ସ୍ଥିତି ମଧ୍ୟରେ ପ୍ରଧାନମନ୍ତ୍ରୀ ଦୁଇ ଥର ରାଷ୍ଟ୍ରକୁ ସମ୍ବଧିତ କରି ସାରିଲେଣି । ଏହାସହିତ ଲୋକଙ୍କୁ ଏହି ମହାମାରୀ ସମ୍ବନ୍ଧରେ ବୁଝାଇ ସାରିଲେଣି । ଏହାବ୍ୟତିତ କରୋନା ଭାଇରସକୁ ନେଇ ଅଲଗା ଅଲଗା କ୍ଷେତ୍ରର ଲୋକଙ୍କ ସହ ମୋଦି ଆଲୋଚନା କରିଛନ୍ତି । ଯେଉଁମାନେ ଜରୁରୀ ସେବା ତଥା ମେଡିକାଲ, ଗଣମାଧ୍ୟମ, ସମାଜସେବା ଆଦି କ୍ଷେତ୍ରରେ ସାମିଲ ଅଛନ୍ତି ।
ସୂଚନାଯୋଗ୍ୟ, ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୦୦ ଟପିଲାଣି । ସେହିପରି ମୃତକଙ୍କ ସଂଖ୍ୟା ୫୦ ପାର୍ ହେଲାଣି ।