ନୂଆଦିଲ୍ଲୀ ( ଏଟିଆର ବ୍ୟୁର): ଦିନକୁ ଦିନ ଆମେରିକାରେ କରୋନା ଭାଇରସ ବେକାବୁ ହେବାକୁ ବସିଲାଣି । ପ୍ରତ୍ୟକଦିନ ଆମେରିକାରେ ଶତାଧିକ ଲୋକଙ୍କର ମୃତ୍ୟୁ ହେଉଥିବା ବେଳେ ହଜାର ହଜାର ଲୋଜ ଏହି ସଂକ୍ରମଣରେ ଆକ୍ରାନ୍ତ ହେଉଛନ୍ତି ।
ଏଯାବତ ଏହି ରୋଗରେ ଦୁଇ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତିତ ହୋଇଥିବା ବେଳେ ୫ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ତେବେ ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପଙ୍କ ନମୁନା ପରୀକ୍ଷା କରାଯାଇଥିଲା । ସେତେବେଳେ ରିପୋର୍ଟ ନେଗେଟିଭ ଆସିଥିଲା । ଏବେ ପୁଣି ସୁରକ୍ଷା ଦୃଷ୍ଟିରୁ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତିଙ୍କ ନମୁନା ପରୀକ୍ଷା କରାଯାଇଛି । ଯାହାର ରିପୋର୍ଟ ନେଗେଟିଭ ଆସିଛି ।
ସୂଚନାଯୋଗ୍ୟ ରାଷ୍ଟ୍ରପତି ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ, ଯାହାଙ୍କର ରିପୋର୍ଟ ପଜେଟିଭ ଆସିଛି । ଏହି ଘଟଣା ସାମ୍ନାକୁ ଆସିଲାପରେ ରାଷ୍ଟ୍ରପତିଙ୍କ କରୋନା ପରୀକ୍ଷଣ ନେଇ ଦାବି ହୋଇଥିଲା । ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ସୁସ୍ଥ ରହିଥିବା କହିଥିଲେ । ପରୀକ୍ଷାର ଆବଶ୍ୟକତା ନାହିଁ ବୋଲି ସେ ଦାବି କରି ଆସୁଥିଲେ । ସବୁଠାରୁ ବଡ କଥା ହେଲା ଟ୍ରମ୍ପଙ୍କ ଏହି କାରୋନା ଟେଷ୍ଟ ରିପୋର୍ଟ ମାତ୍ର ପନ୍ଦର ମିନିଟ ମଧ୍ୟରେ ଆସିଛି ।